Site icon ଆଜିକାଲି

ନିର୍ବାଚନ ପୂର୍ବରୁ ବଡ ଘୋଷଣା, ମୁମ୍ବାଇରେ ଟୋଲ ଫି ମାଗଣା

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ସିନ୍ଦେ ସରକାର। ମୁମ୍ବାଇରେ ମାଗଣା ହେଲା ଟୋଲ ଫି। ନିର୍ବାଚନ ପୂର୍ବରୁ ଆଜି ବସିଥିବା ଶେଷ କ୍ୟାବିନେଟ ବୈଠକରେ ସିନ୍ଦେ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇକୁ ସଂଯୋଗ କରୁଥିବା ୫ଟି ଟୋଲ ଗେଟରେ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଛି। ମୁମ୍ବାଇର ଦହିସାର, ଭାସି, ଆରୋଲି ଏବଂ ତିନହନ୍ତା ନାକା ଟୋଲ ଗେଟରେ ଏହି ସୁବିଧା ମିଳିବ। ହାଲୁକା ଗାଡି କ୍ଷେତ୍ରରେ ଏିଂ ସୁବିଧା ଲାଗୁ ହେବ।

FacebookTwitterLinkedinWhatsapp
Exit mobile version