ନୂଆଦିଲ୍ଲୀ: ପ୍ରଚଣ୍ଡ ଖରା ଓ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଉପରାଜ୍ୟପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ଶ୍ରମିକ। ଏହି ସମୟ ମଧ୍ୟରେ ସେମାନଙ୍କର ଦରମା ମଧ୍ୟ କଟାଯିବ ନାହିଁ। ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଏହି ନିର୍ଦ୍ଦେଶ ଦେଇଛନ୍ତି।
ଉପରାଜ୍ୟପାଳ ଭି.କେ ସକ୍ସେନା ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ବେତନଯୁକ୍ତ ଛୁଟି ଦେବାକୁ ନିର୍ଦେଶ ଦେଇଛନ୍ତି। ଏତେ ଗରମରେ ମଧ୍ୟ ‘ସମର୍ ହିଟ୍ ଆକ୍ସନ ପ୍ଲାନ୍’ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିମ୍ବା ତାଙ୍କ ମନ୍ତ୍ରୀଙ୍କ ଦ୍ଵାରା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ନେଇ ଉପରାଜ୍ୟପାଳ ସମାଲୋଚନା କରିଛନ୍ତି। ଏ ସମ୍ବନ୍ଧରେ ତୁରନ୍ତ ବୈଠକ କରିବାକୁ ଉପରାଜ୍ୟପାଳ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।