Site icon ଆଜିକାଲି

ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୦୨୪ ନିର୍ବାଚନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ୨୦୨୪ ନିର୍ବାଚନ ଲଢ଼ିପାରିବେନି ଟ୍ରମ୍ପ । ଟ୍ରମ୍ପକୁ କଲୋରାଡୋ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି । ୨୦୨୧ ଜାନୁଆରୀ ୬ ତାରିଖ କ୍ୟାପିଟାଲ ହିଂସା ମାମଲାରେ ଅଯୋଗ୍ୟ ଘୋଷିତ କରାଯାଇଛି । ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଏହି ରାୟ ଦେଇଛନ୍ତି କୋର୍ଟ। ବିଦ୍ରୋହ ସଂପର୍କିତ ଏହି ଧାରାକୁ ବ୍ୟବହାର କରି କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ ଆମେରିକା ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯିବା ଆମେରିକାକା ଇଥିହାସର ଏହା ପ୍ରଥମ ଘଟଣା। ତେବେ କଲୋରାଡୋ ସୁପ୍ରିମକୋର୍ଟ ରାୟକୁ ଟ୍ରମ୍ପ ଉପର କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ।

ସୂଚନାଯୋଗ୍ୟ, ଗତ ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ । । ମାତ୍ର ସେ ନିଜ ହାର୍‌ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ଏପରିକି ସମଗ୍ର ଦେଶରେ ସେ ଜିତିଥିବା ନେଇ ମିଥ୍ୟା ପ୍ରଚାର କରାଇଲେ। ଏହାପରେ ୨୦୨୧ ଜାନୁୟାରୀରେ ଆମେରିକାର ରାଜଧାନୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକ ହ୍ୱାଇଟ ହାଉସ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ନିର୍ବାଚନ ଅଧିକାରୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ।

Exit mobile version