Site icon ଆଜିକାଲି

ସବୁଠୁ ବଡ଼ ଡାଟା ଚୋରିର ପର୍ଦ୍ଦାଫାସ୍, ସେନା କର୍ମଚାରୀଙ୍କ ସମେତ ୧୬.୮ କୋଟି ଲୋକଙ୍କ ଡାଟା ଲିକ୍

ନୂଆଦିଲ୍ଲୀ: ବଡ଼ ଧରଣର ସୋସିଆଲ ମିଡିଆ ଡାଟା ଲିକର ପର୍ଦ୍ଦାଫାସ୍ କରିଛି ତେଲେଙ୍ଗାନାର ସାଇବରବାଦ ପୋଲିସ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି। ସାଇବର ପୋଲିସର ସୂଚନାନୁସାରେ ପ୍ରାୟ ୧୬.୮ କୋଟି ଲୋକଙ୍କ ବ୍ୟକ୍ତିଗତ ଡାଟା ଚୋରି ହୋଇଛି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଆକାଉଣ୍ଟ ରହିଥିବା ବେଳେ ୨.୫୫ ଲକ୍ଷ ସେନା ଅଧିକାରୀଙ୍କ ଆକାଉଣ୍ଟ ମଧ୍ୟ ସାମିଲ। ଏହା ଦେଶର ସବୁଠୁ ବଡ଼ ଡାଟା ଲିକ୍ ବୋଲି କୁହାଯାଉଛି।

ଏହି ଡାଟା ଚୋରିରେ ସମ୍ପୃକ୍ତ ପୂରା ଗ୍ୟାଙ୍ଗକୁ ତେଲେଙ୍ଗାନାର ସାଇବରବାଦ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍ ୧୪୦ ବିଭିନ୍ନ କାଟେଗୋରିରେ ଡାଟା ବିକ୍ରି କରୁଥିଲେ | ଏଥିରେ ସେନା କର୍ମଚାରୀଙ୍କ ଡାଟା ବ୍ୟତୀତ ଦେଶର ବହୁ ଲୋକଙ୍କ ଫୋନ୍ ନମ୍ବର, ନିଟ୍‌ ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ସୂଚନା ଆଦି ସାମିଲ। ସାଇବରବାଦ ପୋଲିସ କମିଶନର ଏମ ଷ୍ଟିଫେନ ରବିନ୍ଦ୍ର ଏହି ସୂଚନା ଦେଇଛନ୍ତି।

ଏହି ମାମଲାରେ ଦିଲ୍ଲୀରୁ ୭ ଜଣ ଡାଟା ଦଲାଲଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତ ନୋଏଡାର ଏକ କଲ୍ ସେଣ୍ଟର ମାଧ୍ୟମରେ ଡାଟା ଚୋରି କରୁଥିଲେ। ଏହି ସବୁ ଡାଟା ସବୁ ସେମାନେ ୧୦୦ ସାଇବର ଠକଙ୍କୁ ବିକ୍ରି କରିଥିଲେ ବୋଲି ସ୍ବୀକାର କରିଛନ୍ତି ।

ପ୍ରାୟ ୧.୨ କୋଟି ହ୍ବାଟସଆପ୍ ୟୁଜର ଓ ୧୭ ଲକ୍ଷ ଫେସବୁକ୍ ୟୁଜରଙ୍କ ଡାଟା ଚୋରି ହୋଇଛି। ଏଥିରୁ ସେନା ଯବାନଙ୍କ ଡାଟା ମଧ୍ୟ ବାଦ୍ ପଡ଼ିନି‌ । ସେନା ଯବାନଙ୍କ ପଦବୀ, ଇ-ମେଲ୍ ଆଇଡି, ପୋଷ୍ଟିଂ ସ୍ଥାନ ଆଦି ଡାଟା ଲିକ୍ କରାଯାଇଛି | ଏହି ଡାଟା ସେନା ଉପରେ ଗୁଇନ୍ଦାଗିରି ପାଇଁ ବ୍ୟବହାର କରାଯାଇପାରେ | ପୋଲିସର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତମାନେ ୫୦,୦୦୦ ଲୋକଙ୍କ ଡାଟା ମାତ୍ର ୨,୦୦୦ ଟଙ୍କାରେ ବିକ୍ରି କରିଥିଲେ ।

ଡିସିପି (ସାଇବର କ୍ରାଇମ ୱିଙ୍ଗ) ରିତିରାଜ କହିଛନ୍ତି ଯେ ସାଇବର କ୍ରାଇମ ୱିଙ୍ଗରେ ସାଇବର କ୍ରାଇମ ୱିଙ୍ଗରେ ଗୋପନୀୟ ତଥା ସମ୍ବେଦନଶୀଳ ଡାଟା ବିକ୍ରି ତଥା କ୍ରୟ ସମ୍ପର୍କରେ ଏକ ଅଭିଯୋଗ ରୁଜୁ ହୋଇଥିଲା । ଏପରିକି ସାଇବର ଅପରାଧୀ ସୋସିଆଲ ମିଡ଼ିଆ ଡାଟା କିପରି ଚୋରି କରୁଥିଲେ ପୋଲିସ ତାହା ବି ଅନୁସନ୍ଧାନ କରୁଛି। ଡାଟା ଆକ୍ସେସ୍ କରୁଥିଲେ | ଗତ ଦୁଇ ମାସ ଧରି ପୋଲିସ ଏହି ମାମଲା ଉପରେ କାମ କରୁଥିଲା।

Exit mobile version