Site icon ଆଜିକାଲି

ଆଜି ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପ୍ରାମାଣିକ ଚଳଚ୍ଚିତ୍ରର ପ୍ରସାରଣ

ମୁମ୍ବାଇ – ବିଶ୍ୱର ସର୍ବବୃହତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଉପରେ ନିର୍ମିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ଆଜି ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ପ୍ରସାରଣ ହେବ । ନାଟଜିଓ ସୁପରଷ୍ଟ୍ରକଚର୍ସ କାର୍ଯ୍ୟକ୍ରମରେ ସଂଧ୍ୟା ୮ଟାରେ ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସାରଣ ହେବ । ୬୦ ହଜାର ସ୍କୋୟାର ମିଟର ପରିଧି ମଧ୍ୟରେ ମାତ୍ର ୧୫ ମାସରେ ନିର୍ମିତ ହୋଇଛି ଏହି ସର୍ବବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି ।

ଷ୍ଟାଡିୟମରେ ଏକାଧିକ ଜିମ୍, ହାଇଡ୍ରୋଥେରାପି ପୁଲ୍ ଓ ଅତ୍ୟାଧୁନିକ ତାଲିମ କେନ୍ଦ୍ର ରହିଛି । ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ଭାବେ ଏହା ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କିତ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

Exit mobile version