Site icon ଆଜିକାଲି

ସବୁ କାମ ପାଇଁ ଏଣିକି ଜନ୍ମ ପ୍ରମାଣ ପତ୍ର, ଅକ୍ଟୋବର ପହିଲାରୁ ହେବ ଲାଗୁ

ନୂଆଦିଲ୍ଲୀ : ଏଣିକି ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ ହେବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧ରୁ ପରିବର୍ତ୍ତିତ ନିୟମରେ କାର୍ଯ୍ୟ କରାଯିବ । ନାମଲେଖା, ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକା ଜନ୍ମ ପ୍ରମାଣ ପତ୍ର କାର୍ଯ୍ୟ କରିବ । ଆଧାର, ବିବାହ ପଞ୍ଜୀକରଣ, ସରକାରୀ ନିଯୁକ୍ତି ସମେତକେନ୍ଦ୍ର ସରକାରଙ୍କ ଅନ୍ୟ ସବୁ ଯୋଜନା ପାଇଁ ଜନ୍ମ ପ୍ରମାଣପତ୍ର ଜରୁରୀ ହେବ ।

ଏହି ନୂଆ ନିୟମ ଅକ୍ଟୋବର ୧ କିମ୍ବା ଏହାପରେ ପ୍ରସ୍ତୁତ ଜନ୍ମ ପ୍ରମାଣପତ୍ରରେ ଲାଗୁ ହେବ । ନୂଆ ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ସବୁଠାରୁ ବଡ଼ ପରିବର୍ତ୍ତନ ହେବ ଯେ, ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ଡିଜିଟାଲ ରୂପେ ମିଳିପାରିବ । ଏବେ ଏହାର ହାର୍ଡକପି ହିଁ ମିଳିପାରୁଛି । ଏହାକୁ ପାଇବା ପାଇଁ ଅନେକ ଦୌଡ଼ିବାକୁ ପଡୁଛି ।

ବର୍ତ୍ତମାନ ଆଧାରକୁ ପ୍ରତ୍ୟେକ ସ୍ଥାନରେ ପରିଚୟପତ୍ର ଭାବେ ବ୍ୟବହାର କରାଯାଉଛି । ଏହାକୁ ନିଜର ଅନ୍ୟ ଡକ୍ୟୁମେଣ୍ଟ ଏବଂ ଆକାଉଣ୍ଟ ସହ ଲିଙ୍କ୍‌ କରିବାକୁ ପଡୁଛି । ସେହିଭଳି ଭାବେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ହେବ, ଯାହାକି ଜନ୍ମ ଏବଂ ମୃତ୍ୟୁ ପ୍ରମାଣ ପାଇଁ ପ୍ରତ୍ୟେକ ସ୍ଥାନରେ ସର୍ବମାନ୍ୟ
ପରିଚୟପତ୍ର ଭଳି କାର୍ଯ୍ୟ କରିବ । ବୁଧବାର ଏକ ବିଜ୍ଞପ୍ତି ଜାରି କରି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏହି ଘୋଷଣା କରିଛି ।

Exit mobile version