Site icon ଆଜିକାଲି

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ

ନୂଆଦିଲ୍ଲୀ: ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାୟପୁର ସାଇନ୍ସ କଲେଜ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ୫୯ ବର୍ଷୀୟ ସାଏଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏହାଛଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ବିଜେପି ଅଧ୍ୟକ୍ଷ ଅରୁଣ ସାଓ ଏବଂ ବିଧାୟକ ବିଜୟ ଶର୍ମା ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେପିର ବହୁ ବଡ଼ ନେତା ଯୋଗ ଦେଇଥିଲେ ।

ମଧ୍ୟ ପ୍ରଦେଶରୁ ଅଲଗା ହୋଇ ୨୦୦୦ରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିବା ଛତିଶଗଡ଼ର ଚତୁର୍ଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସାଏ । ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ସାଓ (୫୪) ପ୍ରଭାବଶାଳୀ ସାହୁ (ତେଲି) ଓବିସି ସମ୍ପ୍ରଦାୟରୁ ଆସିଛନ୍ତି | ଶର୍ମା (୫୦) ହେଉଛନ୍ତି ଜଣେ ବ୍ରାହ୍ମଣ ଓ ସେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି।

Exit mobile version