Site icon ଆଜିକାଲି

ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ଆଗୁଆ, ମେଘାଳୟରେ ଝୁଲା

ଅଗରତାଲା : ତିନି ଉତ୍ତର-ପୂର୍ବ ରାଜ୍ୟ ​​ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଆସିବ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ଜାରି ରହିଛି । ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ନାଗାଲାଣ୍ଡରେ ବିଜେପି ନେତୃତ୍ଵାଧୀନ ମେଣ୍ଟ ୬୦ଟି ଆସନ ମଧ୍ୟରୁ ୫୧ ସିଟରେ ଆଗୁଆ ରହି ପୂର୍ଣ୍ଣ ବହୁମତ ଆଡ଼କୁ ମୁହାଁଉଛି । ତ୍ରିପୁରାରେ ମଧ୍ୟ ବିଜେପି କ୍ଷମତାକୁ ଫେରିବା ଥୟ । ରାଜ୍ୟରେ ୬୦ ଆସନ ମଧ୍ୟରୁ ବିଜେପି ଏଯାବତ୍ ୩୫ଟି ସିଟରେ ଅଗ୍ରଣୀ ରହିଛି ।

ଅନ୍ୟପକ୍ଷରେ ମେଘାଳୟରେ କେଉଁ ଦଳକୁ ବହୁମତ ମିଳୁନଥିବା ସଦ୍ୟତମ ଟ୍ରେଣ୍ଡରୁ ଜଣାପଡ଼ୁଛି । ଏନପିପି ୨୦ଟି ସିଟ୍ ସହ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି | ଏକଜିଟ୍ ପୋଲରେ ମଧ୍ୟ ସମାନ ଆକଳନ କରାଯାଇଥିଲା।

Exit mobile version