Site icon ଆଜିକାଲି

୩ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ୩ଟି ରାଜ୍ୟର ବିଧାନସଭା ଉପ-ନିର୍ବାଚନ ପାଇଁ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି (ବିଜେପି)। ହରିୟାଣା, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଏହି ଘୋଷଣା କରିଛି ଦଳ । ଆଜି ଦଳ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇ ନେଇ ଆନୁଷ୍ଠାନିକ ଭାବେ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ହରିୟାଣାର ଆଦମପୁର ବିଧାନସଭା କ୍ଷେତ୍ରରୁ ଭବ୍ୟ ବିଷ୍ଣୋଇଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ଟିକେଟ ଦେଇଥିବା ବେଳେ ତେଲେଙ୍ଗାନାର ମୁନୁଗୋଡେ ବିଧାନସଭା ସିଟରେ ଦଳ ପକ୍ଷରୁ କୋମାତିରେଡ୍ଡୀ ରାଜଗୋପାଲ ରେଡ୍ଡୀ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ । ସେହିପରି ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଆସନରୁ ଅମନ ଗିରିଙ୍କୁ ଟିକେଟ ଦେଇଛି ଦଳ । ବିଭିନ୍ନ କାରଣରୁ ଏହି ସବୁ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ।

Exit mobile version