Site icon ଆଜିକାଲି

ହରିୟାଣାରେ କଂଗ୍ରେସରେ ସାମିଲ ହେଲେ ବିଜେପି ନେତା ଦୀପେନ୍ଦ୍ର ସିଂହ

ଚଣ୍ଡିଗଡ଼: ହରିୟାଣାରେ ଭାରି ପଡ଼ିଲା ଅପରେସନ ଲୋଟସ୍ । ବିଜେପି ବଦଳରେ କଂଗ୍ରେସରେ ସାମିଲ ହେଉଛନ୍ତି ପୂର୍ବତନ ବିଧାୟକ । ସେହିପରି ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ଅପରେସନ ଲୋଟସକୁ ନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ନେତା ଦୀପେନ୍ଦ୍ର ସିଂହ ହୁଡ୍ଡା । ହରିୟାଣାରେ ଲୋଟସ୍ ବିଜେପି ଉପରେ ଓଲଟା ପଡୁଛି । ଗତ କିଛି ମାସ ହେଲା ବିଜେପିର ୨୯ ଜଣ ପୂର୍ବତନ ବିଧାୟକ ଓ ମନ୍ତ୍ରୀ କଂଗ୍ରେସରେ ସାମିଲ ହୋଇଛନ୍ତି ।

ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡ୍ଡା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ହରିୟାଣାରେ ବିଜେପି ଓ ଜେଜେପି ପାଦ ତଳୁ ଧୀରେ ଧୀରେ ମାଟି ଖସୁଛି । ବିଜେପି ନେତାଙ୍କ ଉପରୁ ଲୋକେ ବିଶ୍ବାସ ହରାଇଲେଣି । ବିକାଶ ବଦଳରେ ‘ଅପରେସନ ଲୋଟସ୍’ ଭଳି ଘୃଣ୍ୟ କାମ କରୁଛନ୍ତି । ଶାସକ ଦଳ ଲୋକଙ୍କ ସମସ୍ୟା ଠାରୁ ଦୂରେଇ ଯାଉଛି ।

‘ଅପରେସନ ଲୋଟସ’ର ମଞ୍ଜି ରାଜ୍ୟରେ ବିରୋଧୀ କଂଗ୍ରେସ ଓ ଜନତା ଦଳ କିଛି ବର୍ଷ ପୂର୍ବରୁ ପୋତିଥିଲେ । ଏବେ ବିଜେପି ଏହାକୁ ନେଇ ଅନ୍ୟ ଦଳ ଉପରେ ଭାରି ପଡ଼ୁଛି । ନିଜ ସମର୍ଥନ ବଳରେ ସରକାର ଗଠନ ପାଇଁ ବହୁମତ ନମିଳିଲେ ବିପକ୍ଷ ଦଳର ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ନିଜ ଦଳକୁ ନେଇଥାନ୍ତି । ଏହା ଦ୍ବାରା ସରକାର ସୁବିଧାରେ ଗଠନ ହୋଇଥାଏ । ହରିୟାଣାରେ ବିଜେପି ଅପରେସନ ଲୋଟସ ଚଳାଇଥିଲା । ହେଲେ ଏହା ନିଜ ଭାରି ପଡ଼ିଛି । କିଛି ପୂର୍ବ ବିଧାୟକ ଓ ମନ୍ତ୍ରୀ କଂଗ୍ରେସରେ ସାମିଲ ହୋଇଛନ୍ତି ।

Exit mobile version