Site icon ଆଜିକାଲି

ସୋସିଆଲ ମିଡିଆରେ ଘୃଣାପୂର୍ଣ୍ଣ ପୋଷ୍ଟ ପାଇଁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଘୃଣାପୂର୍ଣ୍ଣ ପୋଷ୍ଟ କରିବା ଅଭିଯୋଗରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିର୍ବାଚନ କମିଶନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ନିର୍ବାଚନ କମିଶନ ଏବଂ ବୃହତ୍ତ ବେଙ୍ଗାଲୁରୁ ମହାନଗର ନିଗମ (ବିବିଏମସି) ଅଧିକାରୀଙ୍କ ଅଭିଯୋଗ ଆଧାରରେ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁ ଦକ୍ଷିଣରୁ ସାଂସଦ ତଥା ବିଜେପି ଯୁବ ମୋର୍ଚ୍ଚା ସଭାପତି ଥିବା ସୂର୍ଯ୍ୟ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିଥିଲେ । ସେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଅଭିଯୋଗରେ କୁହାଯାଇଛି ଯେ ସୂର୍ଯ୍ୟ ମାର୍ଚ୍ଚ ୧୯ରେ ‘ଏକ୍ସ’ ଏବଂ ୟୁଟ୍ୟୁବରେ ଏକ ଏପରି ଏକ ପୋଷ୍ଟ କରିଥିଲେ, ଯାହାକୁ ୧୦ ଲକ୍ଷ ଭ୍ୟୁ ଏବଂ ୫୮୭ କମେଣ୍ଟ ମିଳିଥିଲା।

ଅଭିଯୋଗ ମୁତାବକ, ‘ଏକ୍ସ’ ରେ ତାଙ୍କର ୧୩ ଲକ୍ଷ ପ୍ରଶଂସକ ଅଛନ୍ତି । କିନ୍ତୁ ଏପରି ଘୃଣା ପୋଷ୍ଟ ଦ୍ବାରା ସେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରୁଛନ୍ତି ।

Exit mobile version