Site icon ଆଜିକାଲି

ହରିୟାଣାରେ ସରକାର ଗଠନ ପାଇଁ ବିଜେପିର ପ୍ରସ୍ତୁତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସୈନୀ

ହରିୟାଣା : ହରିୟାଣାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଠନ କରିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ।

ଦଶହରାରେ ହରିୟାଣାରେ ସରକାର ଗଠନ କରିବା ସହ ନାୟବ ସିଂହ ସୈନୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି। ଏହାପୂର୍ବରୁ ବିଧାୟକ ଦଳ ବୈଠକରେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବ। ହରିୟାଣା ବିଧାନସଭାରେ ୯୦ ବିଶିଷ୍ଠ ଆସନରେ ବିଜେପି ୪୮ଟି ସିଟ୍‌‌ ଓ କଂଗ୍ରେସ ୩୭ସିଟ୍‌‌ ଜିତିଛି। ଏଠାରେ ଲଗାତାର ତୃତୀୟ ବିଜୟ ହାସଲ କରିଛି ବିଜେପି। ନାୟବ ସିଂହ ସୈନୀଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନାୟବ ସିଂହ ଗଣମାଧ୍ୟମରେ କହିଛନ୍ତି ଯେ ମୋର ଯାହା ଦାୟିତ୍ୱ ଥିଲା ତାହାକୁ ମୁଁ ସଠିକ୍‌‌ ଭାବେ ବହନ କରିଛି। ବିଧାୟକ ଦଳ ନିଜର ନେତା ଚୟନ କରିବେ। ଯାହାକୁ ବି ନେତା ଭାବେ ଚୟନ କରାଯିବ ଆମେ ସମସ୍ତେ ସହମତି ପ୍ରକାଶ କରିବୁ।

Exit mobile version