Site icon ଆଜିକାଲି

ବିଜେପିର ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କର ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କ ସୋମବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଦୁବେ ଉତ୍ତର ପ୍ରଦେଶର ଆଗ୍ରା କ୍ୟାଣ୍ଟନମେଣ୍ଟ ବିଧାନସଭା ଆସନରୁ ଦୁଇଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।

ହରଦ୍ବାର ଦୁବେଙ୍କ ଦେହାନ୍ତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ଆଗ୍ରା କ୍ୟାଣ୍ଟନମେଣ୍ଟ ବିଧାନସଭା ଆସନରୁ ହରଦ୍ବାର ଦୁବେ ଦୁଇଥର ବିଧାୟକ ରହିଥିଲେ। ସେ ୟୁପିରେ କଲ୍ୟାଣ ସିଂହ ସରକାରରେ ଅର୍ଥମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ୨୦୨୦ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୟୁପିରେ ବ୍ରାହ୍ମଣ ଭୋଟରଙ୍କୁ ଏକଜୁଟ୍ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Exit mobile version