Site icon ଆଜିକାଲି

ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲା କରିବ ବିଜେପି : ଅମିତ ଶାହା

ନୂଆଦିଲ୍ଲୀ : ଆଜି ଦଳୀୟ ନିର୍ବାଚନ ପ୍ରଚାରରେ ଆସି ବିଜେପି ନେତା ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିଲେ ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲାରେ ପରିଣତ କରିବ। ଗଞ୍ଜାମର ସୋରଡ଼ା ଠାରେ ଦଳୀୟ ନିର୍ବାଚନ ସଭାରେ ଯୋଗଦେଇ ଶ୍ରୀ ଶାହା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ତେବେ ପୂର୍ବରୁ ଶ୍ରୀ ମୋଦୀ ଓଡ଼ିଶାରେ କହିଥିବା କଥାକୁ ସେ ଦୋହରାଇଛନ୍ତି।

ଆଜିର ସଭାରେ ଶ୍ରୀ ଶାହା ରାଜ୍ୟରେ ୩୧୦୦ ଟଙ୍କାରେ ଧାନ କ୍ରୟ, ଶ୍ରୀମନ୍ଦିରର ୪ଟି ଦ୍ୱାରା ଖୋଲିବା, ରତ୍ନଭଣ୍ଡାର କମିଶନ ରିପୋର୍ଟ ସାର୍ବଜନୀନ କରିବା ଓ ୱାନ୍‌ ନେସନ-ୱାନ୍‌ ରାସନ କାର୍ଡ ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଶ୍ରୀ ଶାହା ରାଜ୍ୟରେ ଅଣଓଡ଼ିଆ ଶାସନକୁ ସମାଲୋଚନା କରି କହିଛନ୍ତି, ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଠକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Exit mobile version