Site icon ଆଜିକାଲି

ନରେନ୍ଦ୍ର ମୋଦିଙ୍କ ୯ବର୍ଷ କାର୍ଯ୍ୟକାଳ ପୂର୍ତ୍ତିରେ ମହାସମ୍ପର୍କ ଅଭିଯାନ ଆରମ୍ଭ କରିବ ବିଜେପି


କେନ୍ଦୁଝର, ତା- ୨୩.୦୫.୨୦୨୩ (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନବମ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆଜି ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ “ବିଶେଷ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ” ଅନୁଷ୍ଠିତ ହୋଇ ଯାଇଅଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ସଂପାଦକ ଛୋଟେଲାଲ ମହାନ୍ତ ଉପସ୍ଥିତ ହୋଇ ଶତାଧିକ କାର୍ଯ୍ୟକର୍ତ୍ତା ଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଜିଲ୍ଲା ବିଜେପିର ସମସ୍ତ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ପଦାଧିକାରୀ, ବିଧାନ ସଭା ସଂଯୋଜକ, ପ୍ରଭାରୀ, ମଣ୍ଡଳ ସଭାପତି, ମଣ୍ଡଳ କନଭେନର, କୋ-କନଭେନର ମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଜିଲ୍ଲା ବିଜେପିର ୩୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଓ ଜ୍ଞାନରଞ୍ଜନ ସାମନ୍ତସିଂହାର ମଞ୍ଚ ପରିଚାଳନା କରିଥଲେ। ନରେନ୍ଦ୍ର ମୋଦିଙ୍କ ୯ ବର୍ଷ କାର୍ଯ୍ୟକାଳରେ ଭାଜପା ସରକାର୍ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମାନଙ୍କୁ ନେଇ ବୁଥ ଏବଂ ମଣ୍ଡଳ ସ୍ତରରେ ମହାସଂପର୍କ ଅଭିଯାନ ଆରମ୍ଭ କରିବାକୁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି। ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଦେଖିବାକୁ ମିଳିଛି।

Exit mobile version