Site icon ଆଜିକାଲି

ଅରୁଣାଚଳ ପ୍ରଦେଶରେ ବିଜେପିର ବାଜିମାତ୍‌‌, ସିକ୍କିମରେ ଏସକେଏମକୁ ବହୁମତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ରବିବାର ଭୋଟ ଗଣତି ଚାଲିଥିବାବେଳେ ସ୍ଥିର ସରକାର ଗଠନ ହେବା ନିଶ୍ଚିତ ହୋଇଯାଇଛି। ଅରୁଣାଚଳ ପ୍ରଦେଶରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାବେଳେ ସିକ୍କିମରେ ସିକ୍କିମ କ୍ରାନ୍ତି ମୋର୍ଚ୍ଚା (ଏସକେଏମ)କୁ ବହୁମତ ମିଳିସାରିଛି।

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ତଥ୍ୟ ଅନୁସାରେ, ଅରୁଣାଚଳ ପ୍ରଦେଶରେ ମୋଟ ୬୦ ବିଧାନସଭା ଆସନ ମଧ୍ୟରୁ ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ବିଜେପି ୪୧ ଆସନରେ ବିଜୟୀ ହୋଇସାରିଛି। ଏହା ସହିତ ଅନ୍ୟ ୫ଟି ଆସନରେ ଦଳ ଆଗୁଆ ରହିଛି। ଫଳରେ ଏଠାରେ ବିଜେପି ସରକାର ଗଠନ କରିବା ଏକପ୍ରକାର ସ୍ଥିର ହୋଇସାରିଛି। ସେହିପରି ସିକ୍କିମରେ ପ୍ରେମ ସିଂ ତମାଙ୍ଗ ନେତୃତ୍ୱାଧୀନ ଏସକେଏମ ଦଳକୁ ବହୁମତ ମିଳିସାରିଛି। ମୋଟ ୩୨ ଆସନ ମଧ୍ୟରୁ ମ୍ୟାଜିକ୍‌‌ ନମ୍ବର ୧୭ ଦରକାର ପଡ଼ୁଥିବାବେଳେ ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ଏସକେଏମ ୨୩ଟି ଆସନରେ ବିଜୟଲାଭ କରିସାରିଥିବା ସୂଚନା ମିଳିଛି। ଏହା ବ୍ୟତୀୟ ଅନ୍ୟ ୮ଟି ଆସନରେ ଦଳ ଆଗୁଆ ରହିଛି। ଭୋଟ ଗଣତି ଶେଷ ହେବା ପରେ ଦୁଇ ଦଳର ବିଜୟୀ ଆସନ ସଂଖ୍ୟା ଆହୁରି ବଢ଼଼ିବା ସମ୍ଭାବନା ରହିଛି।

Exit mobile version