Site icon ଆଜିକାଲି

ଗୁଜରାଟ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୨ମୃତ ଓ ୨ ଗୁରୁତର

ଗାନ୍ଧିନଗର: ଗୁଜରାଟର ଏକ କେମିକାଲ କମ୍ପାନୀରେ ବିସ୍ଫୋରଣ ହୋଇଛି । ଏହି ବ୍ଲାଷ୍ଟରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି ।ଗୁଜରାଟର ବାଲସାଡ ଜିଲ୍ଲାର ସରିଗମର ଜିଆଇଡ଼ିସି ପେଟ୍ରୋ କେମିକାଲ ଫ୍ୟାକ୍ଟ୍ରିରେ ଏହି ଦୁର୍ଘଟଣା ଘଟିଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ସୋମବାର ବିଳମ୍ବିତ ରାତିରେ ଜିଆଇଡ଼ିସି ପେଟ୍ରୋ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ବ୍ଲାଷ୍ଟ ପରେ କମ୍ପାନୀ ଭିତରେ ନିଆଁ ଲାଗିଯାଇଥିଲା । ଫଳରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ଜଣ ନିଆଁର ଆଁ ଭିତରେ ଆସିଯାଇଥିଲେ । ବିସ୍ଫୋରଣରେ ୨ଜଣ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଦୁଇ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେହିପରି ୨ ମୃତଦେହକୁ ମଧ୍ୟ ଜବତ କରିଛନ୍ତି । ତେବେ କେଉଁ କାରଣରୁ ବିସ୍ଫୋରଣ ହୋଇଛି, ସ୍ଥାନୀୟ ପୋଲିସ ତଦନ୍ତ ଚଳାଇଛି ।

Exit mobile version