Site icon ଆଜିକାଲି

ଗଙ୍ଗାରେ ଡଙ୍ଗା ବୁଡି, ୧୦ ନିଖୋଜ

ପାଟନା : ବିହାର ଗଙ୍ଗା ନଦୀରେ ଅଘଟଣ । ଗଙ୍ଗାନଦୀରେ ଡଙ୍ଗା ବୁଡ଼ି ଯିବାରୁ ୧୦ ନିଖୋଜ ଅଛନ୍ତି । ଶାହାପୁର ଥାନା ଦାନପୁର ନିକଟରେ ଡଙ୍ଗା ବୁଡ଼ିବାରୁ ଅଘଟଣ ଘଟିଛି । ଡଙ୍ଗାଟିରେ ୫୦ରୁ ୫୪ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଏନଡିଆଏଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତଙ୍କୁ ଉଦ୍ଧାର କରିବାକୁ ୨ଟି ଡଙ୍ଗା ପଠାଯାଇଛି । ଶ୍ରମିକମାନେ କାମ ସାରି ଫେରୁଥିବା ଅଘଟଣ ଘଟିଥିବା କହିଛନ୍ତି ଦାନପୁର ଏସଡିଏମ ।

Exit mobile version