Site icon ଆଜିକାଲି

କେପ ଭର୍ଡେ ଆଇଲାଣ୍ଡରେ ବୁଡିଲା ଡଙ୍ଗା, ୬୦ ମୃତ

ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି । ଫଳରେ ଅତିକମରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ଏହି ସୂଚନା ଦେଇଛି ।

ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ବୁଧବାର କହିଛି ଯେ, ପଶ୍ଚିମ ଆଫ୍ରିକାର କେପ୍ ଭର୍ଡେ ଆଇଲାଣ୍ଡ ନିକଟରେ ସେନେଗାଲରୁ ଏକ ପ୍ରବାସୀ ଡଙ୍ଗା ମିଳିଛି। ଏଥିରେ ୧୦୦ ଲୋକ ରହିଥିଲେ । ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଯେଉଁଥିରୁ ୩୮ ଜଣ ଜୀବନ୍ତ ଉଦ୍ଧାର ହୋଇଛନ୍ତି । ଜୀବିତ ଥିବା ଲୋକଙ୍କ ମଧ୍ୟରେ ୧୨-୧୬ ବର୍ଷର ପିଲା ରହିଛନ୍ତି ।

ପୋଲିସ କହିଛି କି, ମାଛଧରା ଡଙ୍ଗା ଯାହାକୁ ପିରୋଗ ନାମରେ ଜଣାଯାଉଥିଲା, ସେହି ଡଙ୍ଗାଟିକୁ ସୋମବାର ଦିନ ସାଲର କେପ୍ ଭର୍ଡେ ଆଇଲାଣ୍ଡରୁ ପ୍ରାୟ ୧୫୦ ମିଲ୍ (୨୭୭ କିଲୋମିଟର) ଦୂରରେ ଆଟଲାଣ୍ଟିକ୍ ମହାସାଗରରେ ଦେଖିବାକୁ ମିଳିଥିଲା । ଜୁଲାଇ ୧୦ ତାରିଖ ଡଙ୍ଗାଟି ୧୦୦ ଯାତ୍ରୀଙ୍କୁ ଧରି ବାହାରିଥିଲା ବୋଲି ଜୀବିତ ଥିବା ପିଲାମାନେ କହିଛନ୍ତି । ତେବେ ଘଟଣା କେତେ ବେଳେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Exit mobile version