Site icon ଆଜିକାଲି

ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କୁ ଆର୍ମ ଲାଇସେନ୍ସ ପ୍ରଦାନ କଲା ମୁମ୍ବାଇ ପୋଲିସ

ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କୁ ମିଳିଲା ଆର୍ମ ଲାଇସେନ୍ସ। ମୁମ୍ବାଇ ପୋଲିସ ସଲମାନ ଖାନଙ୍କୁ ଅସ୍ତ୍ର ଲାଇସେନ୍ସ ପ୍ରଦାନ କରିଛି। ଆତ୍ମରକ୍ଷା ପାଇଁ ଅଭିନେତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି। କିନ୍ତୁ ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍‌ସ୍’ରେ ଉଲ୍ଲେଖ କରାଯାଇନାହିଁ।

ସୂଚନା ଯେ, ବନ୍ଧୁକ ‘ଲାଇସେନ୍‌ସ୍‌’ ପାଇବା ପାଇଁ ସେ ଗତ ମାସରେ ମୁମ୍ବାଇ ପୁଲିସ ମୁଖ୍ୟାଳୟକୁ ଯାଇ କମିସନର୍‌ ବିବେକ ଫାନ୍‌ସଲକର୍‌ଙ୍କୁ ଭେଟିଥିଲେ। ନିଜର ଏବଂ ପରିବାରବର୍ଗଙ୍କ ସୁରକ୍ଷା ନିମନ୍ତେ ତାଙ୍କର ବନ୍ଧୁକଟିଏ ଲୋଡ଼ା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

Exit mobile version