Site icon ଆଜିକାଲି

ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍

ମୁମ୍ବାଇ: ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍। ଅଭିନେତ୍ରୀ ଜରିନ୍ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପ‌ରେ ଏବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରୀକ୍ଷା ପରେ ଅଭିନେତ୍ରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଛି। ଜ୍ବର ରହିଥିବା ବେଳେ ତାଙ୍କ ଶରୀରରେ ଯନ୍ତ୍ରଣା ଅଧିକ ଥିବା ଅଭିନେତ୍ରୀ ଜଣାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ଏହି ସୂଚନା ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି।

ଜରିନ୍ ଖାନ୍ ଏହା ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ହାତରେ ଏକ ଡ୍ରପ୍ ଲାଗିଥିବା ଦେଖାଯାଇଥିଲା। ତେବେ, ପରେ ଅଭିନେତ୍ରୀ ସେହି ଷ୍ଟୋରୀକୁ ଡିଲିଟ କରିଦେଇଥିଲେ। ଏହା ପରେ ଅଭିନେତ୍ରୀ ଆଉ ଏକ ଷ୍ଟୋରୀ ରଖିଥିଲେ ଯେଉଁଥିରେ ଏକ ଗ୍ଲାସରେ ଫଳ ରସ ରଖାଯାଇଥିବା ଦେଖାଯାଇଥିଲା। ଏହି ଫଟୋ ସହିତ ଜରିନ୍ ଲେଖିଥିଲେ, ‘ରିକଭରି ମୋଡ୍’ ।

FacebookTwitterLinkedinWhatsapp
Exit mobile version