Site icon ଆଜିକାଲି

୮୧ ବର୍ଷରେ ବଲିଉଡ୍‌ ଶେହନସା ଅମିତାଭ ବଚ୍ଚନ

ମୁମ୍ବାଇ : ଆଜି ବଲିଉଡର କିମ୍ବଦନ୍ତୀ ଅଭିନେତା ବିଗ୍‍ ବି ତଥା ‘ଶେହେନ୍ସା’ ଭାବେ ଜଣାଶୁଣା ଅମିତାଭ ବଚ୍ଚନଙ୍କର ୮୧ ତମ ଜନ୍ମଦିନ। ହେଲେ ଆଜିବି ଜାରି ରହିଛି ବଲିଉଡରେ ତାଙ୍କର ଜଲଓ୍ୱା । ସେ ଚଳଚ୍ଚିତ୍ରରେ ୫୦ ବର୍ଷରୁ ଅଧିକ ସମୟ ଅତିବାହିତ କରିଛନ୍ତି । ସେ କେବଳ ଅଭିନୟରେ ଦୀର୍ଘ ସମୟ ଅତିବାହିତ କରି ସୁପରହିଟ୍ ହୋଇନଥିଲେ । ବକ୍ସ ଅଫିସରେ ହିଟ୍ ର ଲମ୍ବା ତାଲିକା ହେତୁ ତାଙ୍କୁ ଏକ ସୁପରହିଟ୍ ମାନ୍ୟତା ମିଳିଛି ।

ତାଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ନିକଟରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ଗୁଡବାୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଅମିତାଭ ବଚ୍ଚନଙ୍କ ଜନ୍ମଦିନରେ ଏହି ଚଳଚ୍ଚିତ୍ରଟି ମାତ୍ର ୮୦ ଟଙ୍କାରେ ସବୁଠାରେ ଦେଖିବାକୁ ମିଳୁଛି । ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନରେ କୌନ ବନେଗା କରୋଡପତି ଏକ ବିଶେଷ ଧାରାବାହିକ ମଧ୍ୟ ଦେଖିବାକୁ ମିଳିବ । ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ଜୟା ବଚ୍ଚନ ମଧ୍ୟ ଏଥିରେ ସାମିଲ ହେବେ।

ଶତାବ୍ଦୀର ମହାନାୟକ, ମେଗାଷ୍ଟାର ଭାବେ ପରିଚିତ ଅମିତାଭ ଗତ ୫ ଦଶନ୍ଧୀର ହିନ୍ଦୀ ଚଳଚ୍ଚିତ୍ରର ଜଣେ ସକ୍ରିୟ ତାରକା। ବୟସର ଏହି ପର୍ଯ୍ୟାୟରେ ମଧ୍ୟ ସେ ବହୁତ ଏନରଜିଟିକ୍ ଏବଂ ଫିଟ୍ ଦେଖାଯାନ୍ତି। ଏହି ବୟସରେ, ଲୋକମାନେ ସାଧାରଣତଃ ବିଶ୍ରାମ ନେବାକୁ ଚିନ୍ତା କରନ୍ତି, କିନ୍ତୁ ବିଗ୍ ବି ଆଜି ବି ଦିନକୁ ୧୬ ଘଣ୍ଟା କାମ କରନ୍ତି। ଏହା ନିଶ୍ଚିତ ଭାବରେ ଯୁବକ ଏବଂ ବୃଦ୍ଧମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ହୋଇପାରେ। ଆଜି,ତାଙ୍କ ପାଖରେ ଫିଲ୍ମ ବ୍ୟତୀତ, ଅନେକ ବିଜ୍ଞାପନ ମଧ୍ୟ ଅଛି। ସେ ଉତ୍ସର୍ଗୀକୃତ ଏବଂ ଡିସିପ୍ଲିନ୍ ସହିତ ପ୍ରତ୍ୟେକ ଛୋଟ ବଡ ନିର୍ଦ୍ଦେଶକଙ୍କ ସହିତ କାମ କରନ୍ତି।

ଆଜି ସ୍ୱକୀୟ ଶୈଳୀରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଆଜି ସକାଳେ ପ୍ରଥମେ ପ୍ରଯୋଜକ ଆନନ୍ଦ ପଣ୍ଡିତଙ୍କୁ ଭେଟି ‘ବିଗ୍‌ ବି’ ଆରମ୍ଭ କରିଛନ୍ତି ତାଙ୍କର ଜନ୍ମଦିନ ପାଳନ ଉତ୍ସବ। ସଦ୍ୟତମ ଚଳଚ୍ଚିତ୍ର ‘ଚେହେରେ’ ପାଇଁ ଅମିତାଭ ଓ ଆନନ୍ଦ ପଣ୍ଡିତ ଏକତ୍ର ହୋଇଛନ୍ତି। ଏଥି ନିମନ୍ତେ ଅମିତାଭ ପଣ୍ଡିତଙ୍କର ଅନ୍ୟତମ ବିଳାସମୟ ପେଣ୍ଟ୍‌ହାଉସ୍‌ ଯାଇଥିଲେ ଓ ସେଠାରେ ତାଙ୍କ ଜନ୍ମଦିନ ଉତ୍ସବର ଅୟମାରମ୍ଭ ହୋଇଥିଲା। ଏହି ଅବସରରେ ତାଙ୍କର ଘନିଷ୍ଠ ତଥା ଶୁଭେଚ୍ଛୁମାନେ ସୋସିଆଲ ମିଡିଆରେ ୱିସ୍ କରୁଛନ୍ତି। ଏଥିସହିତ ତାଙ୍କ ପ୍ରଶଂସକ ମଧ୍ୟ ଘର ବାହାରେ ଏକାଠି ହୋଇଛନ୍ତି। ତାଙ୍କ ବାସଭବନ ‘ଜଲ୍‌ସା’ ବାହାରେ ମଧ୍ୟ ଶୁଭେଚ୍ଛ ଓ ପ୍ରଶଂସକମାନେ ସମବେତ ହୋଇ ଗୀତ ବଜାଇବା ସହ ‘କେକ୍‌’ କାଟିଛନ୍ତି। ଏହା ବ୍ୟତିରେକେ ସାମାଜିକ ଗଣମାଧ୍ୟମରେ ବିଶେଷ ସକ୍ରିୟ ରହୁଥିବା ଏବଂ ପ୍ରଶଂସକମାନଙ୍କୁ ନିଜ ଜୀବନ ବିଷୟରେ ଜଣାଉଥିବା ଅମିତାଭ ଆଜି ମଧ୍ୟ ତାଙ୍କ କେତୋଟି ଫଟୋର ସମାହାର ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରି ଲେଖିଛନ୍ତି ‘୮୦ରେ ପ୍ରବେଶ କଲି’। ଏହି ପୋଷ୍ଟରେ ସେ ତାଙ୍କ ବୟସ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ ତାଙ୍କ ଝିଅ ଶ୍ୱେତା ବଚ୍ଚନ ସଂଶୋଧିତ କରିଛନ୍ତି। ଏହି ପୋଷ୍ଟର କମେଣ୍ଟ ସେକ୍ସନରେ ବିଗ୍ ବିଙ୍କ ଝିଅ ସଂଶୋଧନ କରି ୭୯ ଲେଖିଛନ୍ତି। ଫଟୋରେ ଅମିତାଭ ବଚ୍ଚନ ଲାଇଟ୍ ଗ୍ରେ ଜ୍ୟାକେଟ ଏବଂ ଡାର୍କ ଗ୍ରେ ଟ୍ରାଉଜର ପିନ୍ଧିଥିବାର ନଜର ଆସିଛନ୍ତି। ସେ ଏକ ସ୍ଲିଙ୍ଗ ବ୍ୟାଗ ଧରିଛନ୍ତି। ତାଙ୍କର ଏହି ପୋଷ୍ଟକୁ ନେଇ ଅନେକ ସେଲିବ୍ରେଟ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟରରେ ଏକ ମଜାଦାର ପୋଷ୍ଟ କରିଛନ୍ତି। ଏହି ଫଟୋ ସହିତ ସେ ଲେଖିଛନ୍ତି, ଯେତେ ସାଠ (୬୦) ସେବେ ପାଠ, ଯେବେ ଅଶୀ (୮୦) ସେବେ ଲସି। ସେ ତାଙ୍କ ବ୍ଲଗରେ ଥିବା ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୧୯୪୨ ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶର ଆହ୍ଲାବାଦ୍‌ରେ (ସମ୍ପ୍ରତି ପ୍ରୟାଗରାଜ) ଜନ୍ମ ଗ୍ରହଣ କରିଥିବା ଅମିତାଭ ଆଜି ୮୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଅମିତାଭ ବଚ୍ଚନ ୪ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଏହାଛଡ଼ା, ୧୯୮୪ରେ ସେ ‘ପଦ୍ମଶ୍ରୀ’ ଏବଂ ୨୦୧୫ରେ ‘ପଦ୍ମ ବିଭୂଷଣ’ ସମ୍ମାନରେ ଭୂଷିତ ହୋଇଛନ୍ତି। ତାଙ୍କର ମାଆ ଥିଲେ ସାମାଜିକକର୍ମୀ ତେଜି ବଚ୍ଚନ ଏବଂ ବାପା ଖ୍ୟାତନାମା ହିନ୍ଦୀ କବି ହରିବଂଶ ରାୟ ବଚ୍ଚନ।

Exit mobile version