Site icon ଆଜିକାଲି

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ରାଲିରେ ବିସ୍ଫୋରଣ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ରାଲିରେ ହୋଇଛି ବିସ୍ଫୋରଣ । ଜାପାନ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ କିଶିଦା ଏକ ରାଲିରେ ଭାଷଣ ଦେଉଥିବା ବେଳେ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏହାପରେ ସୁରକ୍ଷାକର୍ମୀ ତାଙ୍କୁ ସେଠାରୁ ତତ୍କାଳ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ପ୍ରଧାନମନ୍ତ୍ରୀ କିଶିଦାଙ୍କ କୌଣସି କ୍ଷତି ହୋଇନାହିଁ । ସେ ସୁରକ୍ଷିତ ଅଛନ୍ତି ବୋଲି କୁହାଯାଇଛି।

ଶନିବାର ସକାଳେ ୱାକାୟାମା ସହରରେ ଏହି ଘଟଣା ଘଟିଛି। ଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ବିସ୍ଫୋରଣ ପରେ ଲୋକେ ଭୟଭୀତ ହୋଇ ଦୌଡ଼ୁଛନ୍ତି । ଘଟଣାସ୍ଥଳରୁ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ଯ କରିଥିବା ଜଣାପଡିଛି । ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ ପିଏମ କିଶିଦାଙ୍କ ମଞ୍ଚ ନିକଟରେ ଏକ ପାଇପ ଭଳି ଜିନିଷ ଫିଙ୍ଗା ଯାଇଥିଲା ।

ଗତବର୍ଷ ଜୁଲାଇ ୮ରେ ନାରା ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ସେ ଏକ ରାଲିରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗୁରୁତର ଆହତ ଆବେଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

Exit mobile version