Site icon ଆଜିକାଲି

ଅଷ୍ଟ୍ରେଲିଆ ଓପନ ଫାଇନାଲରେ ବୋପାନ୍ନା-ଏବଡେନ

ମେଲବର୍ଣ୍ଣ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଓ ମାଥ୍ୟୁ ଏବଡେନଙ୍କ ଯୋଡି ଅଷ୍ଟ୍ରେଲିଆ ଓପନର ଫାଇନାଲରେ ପ୍ରବେଶ କରିଛନ୍ତିି। ସେମିଫାଇନାଲ ମ୍ୟାଚରେ ସେ ଚେକ୍ ରିପବ୍ଲିକର ଟୋମାସ୍ ମାଖାଚ୍ ଏବଂ ଚୀନର ଝାଙ୍ଗ ଜିଝେନଙ୍କୁ ପରାସ୍ତ କରିଥିଲେ।

ବୋପାନ୍ନା ଓ ଏବଡେନଙ୍କ ଯୋଡି ଟୋମାସ୍ ମାଖାଚ୍ ଏବଂ ଜିଝେନଙ୍କୁ ୬-୩, ୩-୬ ଓ ୭-୬ (୧୦-୭) ରେ ପରାସ୍ତ କରିଛନ୍ତି | ଏହା ପୂର୍ବରୁ ରୋହନ ବୋପାନ୍ନା ଏବଂ ମାଥ୍ୟୁ ଏବଡେନଙ୍କ ଯୋଡି ସେମିଫାଇନାଲରେ ପ୍ରବେଶ କରିବା କ୍ଷଣି ପୁରୁଷ ଡବଲ୍ସ ମାନ୍ୟତାରେ ଏହି ଯୋଡ଼ି ନମ୍ବର ଓ୍ବାନ୍ ମାନ୍ୟତା ହାସଲ କରିଥିଲେ।

Exit mobile version