Site icon ଆଜିକାଲି

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ମୃତ

କୁପୱାଡା : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ି ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଆଜି ଜମ୍ମୁ-କଶ୍ମୀରର କୁପୱାଡା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାରେ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀମାନେ ପଣ୍ଡ କରି ଦେଇଛନ୍ତି। କୁପୱାଡା ସ୍ଥିତ ଏଲଓସି ଦେଇ ପାକିସ୍ତାନ ପଟୁ ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି ୨ ଜଣ ଆତଙ୍କବାଦୀ।

ଭାରତୀୟ ସେନାର ଚିନାର କ୍ରପ୍ସ ପକ୍ଷରୁ କୁହାଯାଇଛି ଯାଇଛି ଅନୁପ୍ରବେଶ ଉଦ୍ୟମକୁ ସଫଳତାର ସହ ମାତ ଦିଆଯାଇଛି। କୁପୱାଡାର କେରନ ସେକ୍ଟର ସ୍ଥିତ ଏଲଓସିରେ ହୋଇଥିବା ଅନୁପ୍ରବେଶରେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏବେ ଅନୁପ୍ରବେଶ ଉଦ୍ୟମ ନିରୋଧ ଅପରେସନ ଜାରି ରହିଛି।

Exit mobile version