Site icon ଆଜିକାଲି

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ରୁଷରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା। ରବିବାର ନିଜ ବାସଭବନରେ ତଳେ ପଡ଼ିଯିବା କାରଣରୁ ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଛି। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବ୍ରେନ ହାମୋରେଜ କାରଣରୁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ସେ ଅସୁସ୍ଥ ରହିଛନ୍ତି। ଏହି କାରଣରୁ ସେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ୭୮ ବର୍ଷୀୟ ଲୁଲାଙ୍କୁ ବେଶୀ ଦୂର ପର୍ଯ୍ୟନ୍ତ ବିମାନ ଯାତ୍ରା ନ କରିବାକୁ ଡାକ୍ତର ବାରଣ କରିଛନ୍ତି। ଲୁଲାଙ୍କ ଡାକ୍ତର ରବର୍ଟ କଲିଲ କହିଛନ୍ତି, ଲୁଲାଙ୍କ ମସ୍ତିଷ୍କର ପଛ ଭାଗରେ ଗୁରୁତର ଆଘାତ ଲାଗିଛି। ମସ୍ତିଷ୍କରେ ଷ୍ଟିଚିଂ ଆବଶ୍ୟକ।

Exit mobile version