Site icon ଆଜିକାଲି

ଭାଙ୍ଗିଲା ଗାଭାସ୍କରଙ୍କ ରେକର୍ଡ, ଟେଷ୍ଟରେ ୩୫ ତମ ଶତକ ହାସଲ କଲେ ଜୋ ରୁଟ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କିମ୍ବନ୍ଦନ୍ତୀ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍‌। ଟେଷ୍ଟ କ୍ରିକେଟରେ ଗାଭାସ୍କର ୩୪ଟି ଶତକ କରିଥିବାବେଳେ ରୁଟ୍‌ ୩୫ ତମ ଶତକ ହାସଲ କରି ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ୩ୟ ଦିନରେ ରୁଟ୍‌ ଶତକୀୟ ଇନିଂସ ଖେଳି ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ସେହିପରି ସେ ଆଲଷ୍ଟେର କୁକ୍‌ଙ୍କ ୧୨ ହଜାର ୪୭୨ ରନ୍‌ର ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି।

ବିଶ୍ଵର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗାଭାସ୍କର ଟେଷ୍ଟ କ୍ରିକେଟରେ ୧୦ ହଜାର ରନ୍‌ ସଂଗ୍ରହ ସହିତ ୩୪ ଶତକ କରିଥିଲେ। କ୍ରିକେଟ ଇତିହାସରେ ତାଙ୍କୁ ମହାନ ଓପନର ଭାବେ ଆଖ୍ୟା ମିଳିଛି। ୨ ଦଶନ୍ଧି ଧରି ଗାଭାସ୍କରଙ୍କ ନାମରେ ଏହି ରେକର୍ଡ ରହିବା ପରେ ତାହାକୁ ସଚିନ ତେନ୍ଦୁଲକର ଅତିକ୍ରମ କରିଥିଲେ। ସଚିନଙ୍କ ନାମରେ ସର୍ବାଧିକ ୫୧ ଟେଷ୍ଟ ଶତକ ରହିଛି।

Exit mobile version