Site icon ଆଜିକାଲି

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ମହୁଆ ମଇତ୍ରଙ୍କୁ ବହିଷ୍କୃତ କରିବାକୁ ସୁପାରିଶ କରିପାରେ ଏଥିକ୍ସ କମିଟି

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଏଥିକ୍ସ କମିଟି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ରଙ୍କ ବିରୋଧରେ ବଡ଼ ନିଷ୍ପତ୍ତି ନେଇପାରେ। ଆଜି ଏଥିକ୍ସ କମିଟିର ଦ୍ବିତୀୟ ବୈଠକ ବସିବାକୁ ଥିବାବେଳେ ସଂସଦରୁ ମହୁଆଙ୍କୁ ବହିଷ୍କାର କରିବାକୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସୁପାରିଶ କରିପାରେ।

କମିଟି ବୈଠକ ପରେ ଏହାର ଡ୍ରାଫ୍ଟ ରିପୋର୍ଟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଦାଖଲ କରିବ। ଏହା ପରେ ଟିଏମସି ସାଂସଦଙ୍କ ନିଲମ୍ବନ, ବହିଷ୍କାର କିମ୍ବା ସଂସଦ ସଦସ୍ୟତା ରଦ୍ଦ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏଥିକ୍ସ କମିଟି ମହୁଆଙ୍କୁ ବରଖାସ୍ତ କରିବାକୁ ସୁପାରିଶ କରିଛି । ଏଥିକ୍ସ କମିଟି ୫୦୦ ପୃଷ୍ଠାର ବିସ୍ତୃତ ରିପୋର୍ଟରେ ମହୁଆଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ ଏବଂ ଅପରାଧିକ ବୋଲି ବର୍ଣ୍ଣନା କରିଛି। ଟିଏମସି ସାଂସଦଙ୍କୁ କଠୋର ଦଣ୍ଡ ଦେବାକୁ କମିଟି ଦାବି କରିଛି।

ଅନ୍ୟପକ୍ଷରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ବର୍ତ୍ତମାନ ସିବିଆଇ ମହୁଆ ମଇତ୍ରଙ୍କ ବିରୋଧରେ ଅଭିଯୁକ୍ତର ତଦନ୍ତ କରିବ। ଏନେଇ ଲୋକପାଳ ସୁପାରିଶ କରିଛନ୍ତି ବୋଲି ଦୁବେ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି। ତେବେ ଏ ବାବଦରେ ଲୋକପାଲରୁ କୌଣସି ଔପଚାରିକ ବିବୃତ୍ତି ଆସିନାହିଁ ।

Exit mobile version