Site icon ଆଜିକାଲି

ଜୁଲାଇ ୪ରେ ବ୍ରିଟେନ୍‌ ନିର୍ବାଚନ

ଲଣ୍ଡନ: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ଜୁଲାଇ ୪ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଋଷି ସନକ ବୁଧବାର ଏ ସମ୍ପର୍କରେ କହିଛନ୍ତି ଯେ, ଏବେ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବାର ସମୟ ଆସିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରିଟେନ୍‌ର ପାର୍ଲାମେଣ୍ଟ ଭଙ୍ଗ ହେବ। ଆଗୁଆ ନିର୍ବାଚନ ଘୋଷଣା ଅନେକଙ୍କୁ ବିସ୍ମିତ କରିଛି, କାରଣ ବିରୋଧୀ ଲେବର ପାର୍ଟି ସପକ୍ଷରେ ହାୱା ରହିଛି। ଗତ ୮ ବର୍ଷ ମଧ୍ୟରେ ସନକ ହେଉଛନ୍ତି ବ୍ରିଟେନ୍‌ର ପଞ୍ଚମ ପ୍ରଧାନମନ୍ତ୍ରୀ।

Exit mobile version