Site icon ଆଜିକାଲି

ଇସ୍ରାଏଲ ପହଞ୍ଚିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କାମନା କଲେ ବିଜୟ

ଜେରୁଜେଲମ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତର ଦିନକ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ଗସ୍ତରେ ଆଜି ତେଲ୍ ଅଭିଭରେ ପହଞ୍ଚିଛନ୍ତି । ହାମାସ୍ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସହ ବ୍ରିଟେନ ଛିଡ଼ା ହୋଇଛି ବୋଲି ସେ ଏହି ଗସ୍ତ ମାଧ୍ୟମରେ ବିଶ୍ବକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟି ସେ ହାମାସ୍ ସହ ଯୁଦ୍ଧର ଇସ୍ରାଏଲର‌ ବିଜୟ କାମନା କରିଛନ୍ତି । ଏହାଛଡା ପାଲେଷ୍ଟିନୀୟ ଲୋକଙ୍କୁ କିପରି ମାନବୀୟ ସହାୟତା ଦିଆଯିବ ସେନେଇ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି ସୁନକ । ପାଲେଷ୍ଟାଇନ ଲୋକଙ୍କ ଦୁର୍ଦ୍ଦଶା ପାଇଁ ସୁନକ ହାମାସକୁ ଦାୟୀ କରିଛନ୍ତି ।

ସୁନକଙ୍କ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଇସ୍ରାଏଲ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭେଟିଥିଲେ । ଉଭୟ ନେତା ସାମ୍ପ୍ରତିକ ସ୍ଥିତି ବିଷୟରେ ଆଲେଚନା କରିଥିଲେ । ବାଇଡେନ୍ କହିଥିଲେ ଆମେରିକା ଇସ୍ରାଏଲ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି। ଏହାଛଡ଼ା ସେ ଆତଙ୍କବାଦୀ ସଂଗଠନ ହାମାସକୁ ଟାର୍ଗେଟ୍ କରିଥିଲେ । ହାମାସ୍ ସବୁ ପାଲେଷ୍ଟାଇନ ଲୋକଙ୍କ ପ୍ରତିନିଧିତ୍ୱ କରୁନାହିଁ ବୋଲି କହିଥିଲେ ବାଇଡେନ୍ ।
ଇସ୍ରାଏଲ-ହାମାସ ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ମୋଟ ୪,୯୦୦ ଲୋକ ପ୍ରାଣ ହରାଇଲେଣି । ସେପଟେ ଗାଜାରେ ଖାଦ୍ୟ, ପାଣି, ବିଜୁଳି ବିନା ପାଲେଷ୍ଟିନୀୟ ଲୋକଙ୍କ ମଧ୍ୟରେ ହାହାକାର ପଡ଼ିଛି। ଗାଜାରେ ଘୋର ମାନବିକ ସଙ୍କଟ ଦେଖାଦେଇଛି।

Exit mobile version