Site icon ଆଜିକାଲି

କାର୍ ଦୁର୍ଘଟଣାରେ ତେଲେଙ୍ଗାନାର ବିଆରଏସ୍ ବିଧାୟିକା ନନ୍ଦିତାଙ୍କ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ବିଧାୟିକା ଜି ଲାସ୍ୟ ନନ୍ଦିତାଙ୍କ ଆଜି ସକାଳେ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ନନ୍ଦିତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ସେ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟରୁ ବିଧାୟକ ଥିଲେ।

ନନ୍ଦିତାଙ୍କ ଏସୟୁଭି ସଙ୍ଗାରେଡି ଜିଲ୍ଲାର ସୁଲତାନପୁର ଆଉଟର୍ ରିଙ୍ଗ ରୋଡରେ ଏକ ଡିଭାଇଡର୍ ସହ ପିଟି ହୋଇ ଯାଇଥିଲା । ନନ୍ଦିତାଙ୍କ ସହ ଏସୟୁଭିରେ ତାଙ୍କ ଡ୍ରାଇଭର ଥିଲେ। ନନ୍ଦିତା ଡ୍ରାଇଭିଂ ସିଟ୍ ପାଖରେ ବସିଥିଲେ।‌ ଦୁର୍ଘଟଣାରେ ନନ୍ଦିତା ଓ ଡ୍ରାଇଭର ଗୁରୁଓତର ଆହତ ହୋଇଥିଲେ। ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଡାକ୍ତରମାନେ ନନ୍ଦିତାଙ୍କୁ ମୃତ ଘୋଷଣା କରିଥିଲେ। ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଚିକିତ୍ସା ଚାଲିଛି।

Exit mobile version