Site icon ଆଜିକାଲି

ବଜେଟ ଘୋଷଣା: ମିଲେଟ ପ୍ରୋତ୍ସାହନ ପାଇଁ କାର୍ଯ୍ୟକାରୀ ହେବ ‘ଶ୍ରୀଅନ୍ନ’ ଯୋଜନା, ଆରମ୍ଭ ହେବ ଜାତୀୟ ଡିଜିଟାଲ ଲାଇବ୍ରେରୀ

ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ବର୍ଷ ଯାଏଁ ମାଗଣା ଅନ୍ନ ଯୋଜନା କାର୍ଯ୍ୟକାରୀ ହେବ । ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’ ଯୋଜନା ।

ନୂଆ ବଜେଟରେ ଶିକ୍ଷା ଓ ଯୁବ ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଶିଶୁ ଓ କିଶୋରମାନଙ୍କ ପାଇଁ ଉଚ୍ଚ ଗୁଣାତ୍ମକ ପୁସ୍ତକ ଉପଲବ୍ଧ କରିବାକୁ କେନ୍ଦ୍ର ସରକାର ଜାତୀୟ ଡିଜିଟାଲ ପାଠାଗାର ଗଠନ କରିବେ । ଜାତୀୟ ଡିଜିଟାଲ ପାଠାଗାରରେ ସବୁ ଭାଷା, ସବୁ ବିଷୟ ଓ ବର୍ଗର ଏବଂ ସବୁ ଡିଭାଇସରେ ଖୋଲିପାରୁଥିବା ଇ-ପୁସ୍ତକ ଉପଲବ୍ଧ ହେବ ।

ପଞ୍ଚାୟତ ଓ ଓ୍ବାର୍ଡ ସ୍ତରରେ ପାଠାଗାର ସ୍ଥାପନ ପାଇଁ ରାଜ୍ୟମାନଙ୍କୁ ପ୍ରେତ୍ସାହିତ କରାଯିବ ଓ ସେଠାରେ ଇ-ପାଠାଗାର ପାଇଁ ସୁବିଧା ରହିବ । ଏହାଛଡ଼ା ସାରା ଦେଶରେ ୧୫୭ଟି ନର୍ସିଂ କଲେଜ ସ୍ଥାପନ କରାଯିବ । ଆସନ୍ତା ୩ ବର୍ଷରେ ୩୮ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

Exit mobile version