Site icon ଆଜିକାଲି

ବଜେଟ ମୁଖ୍ୟାଂଶ: ଆୟକର ଛାଡ଼ ସୀମା ୫ ଲକ୍ଷରୁ ବଢ଼ି ୭ ଲକ୍ଷ ଟଙ୍କା ହେଲା, ସିଗାରେଟ ହେବ ମହଙ୍ଗା

ନୂଆଦିଲ୍ଲୀ : ୨୦୨୩-୨୪ ବଜେଟରେ ବଡ଼ ଘୋଷଣା । ଆୟକର ଛାଡ ସୀମା ୫ ଲକ୍ଷରୁ ବୃଦ୍ଧି କରାଯାଇ ୭ଲକ୍ଷ ଟଙ୍କା କରାଯାଇଛି ।

ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିଲେ କୌଣସି ଆୟକର ଦେବାକୁ ପଡିବନି। ଆୟକର ରିଟର୍ଣ୍ଣ ଦାଖଲ ସରଳ କରିବା ପାଇଁ ପ୍ରଚଳନ ହେବ ନୂଆ ଆଇଟି ରିଟର୍ଣ୍ଣ ଫର୍ମ। ଆୟକର ରିଟର୍ଣ୍ଣ ପ୍ରକ୍ରିୟା ସମୟ ୧୬ ଦିନକୁ ହ୍ରାସ କରାଯିବ ବୋଲି ବଜେଟ ଉପସ୍ଥାପନ କରି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସିଗାରେଟ ହେବ ମହଙ୍ଗା । ସିଗାରେଟ ଉପରେ ଟିକସ ବୃଦ୍ଧି କରାଯାଇଛି। ଚିମନୀ ଉପରୁ ଟିକସ ହ୍ରାସ କରାଯାଇଥିବା ବେଳେ ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଏସବୁ ସାମଗ୍ରୀ ମହଙ୍ଗା ହେବ ।

Exit mobile version