Site icon ଆଜିକାଲି

ବଜେଟ : କ’ଣ ଶସ୍ତା, କ’ଣ ମହଙ୍ଗା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ନିର୍ବାଚନ ବର୍ଷ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦୀ ସରକାର ଭରପୂର ଚେଷ୍ଟା କରିଛନ୍ତି। ଚଳିତ ବଜେଟରେ ସମସ୍ତ ବର୍ଗକୁ ଖୁସି କରିବା ଭଳି ଘୋଷଣାମାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।

ତେବେ ଏସବୁ ଭିତରେ ସାଧାରଣ ଲୋକମାନେ ବଜେଟକୁ ନେଇ ଏକ ପ୍ରଶ୍ନ ଉଠାନ୍ତିଯେ କଣ ଶସ୍ତା ହେଲା ଆଉ କଣ ମହାଙ୍ଗା ହେଲା। ତେବେ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ  ଟିଭି ପ୍ୟାନେଲର ଖୋଲା ସେଲ ଅଂଶ ଉପରେ କଷ୍ଟମ୍ସ ଶୁଳ୍କ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏଥି ସହିତ ରୋଷେଇ ଘରର ବୈଦ୍ୟୁତିକ ଚିମନୀ ଉପରେ କଷ୍ଟମ ଡ୍ୟୁଟି ୭.୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସେ କହିଛନ୍ତି ଯେ ତମ୍ବା ସ୍କ୍ରାପ୍ ଉପରେ ସରକାର ୨.୫ ପ୍ରତିଶତକୁ ହ୍ରାସ କରିଛନ୍ତି।

ଶସ୍ତା :

ସାଇକେଲ
ଖେଳନା
ଅଟୋମୋବାଇଲ୍
ବୈଦ୍ୟୁତିକ ଯାନ
ସ୍ବଦେଶୀ ମୋବାଇଲ୍ ଫୋନ୍ କ୍ୟାମେରା ଲେନ୍ସ
ବାୟୋଗ୍ୟାସ ସାମଗ୍ରୀ

ମହଙ୍ଗା :

ସିଗାରେଟ
ପ୍ଳାଟିନମ
ସୁନା
ରୁପା
ହୀରା
ଇମ୍ପୋଟେଡ ଡୋର
କିଚେନ୍‌ ଚିମିନୀ
ବିଦେଶୀ ରୁପା ସାମଗ୍ରୀ

Exit mobile version