Site icon ଆଜିକାଲି

ଛତିଶଗଡରେ ଟ୍ରଲରକୁ ଧକ୍କା ଦେଲା ବସ, ୭ ମୃତ

ଛତିଶଗଡ : ଛତିଶଗଡର କୋରବା ଜିଲାରେ ମର୍ମନ୍ତୁଦ ଦୁର୍ଘଟଣା । ସୋମବାର ଭୋର ୪ଟା ସମୟରେ ଘଟିଛି ଏହି ଦୁର୍ଘଟଣା। ରାସ୍ତାରେ ପାର୍ଶ୍ୱରେ ଛିଡା ହୋଇଥିବା ଟ୍ରଲର ଉପରେ ଚଢିଗଲା ଦ୍ରୁତ ଗତିରେ ଆସୁଥିବା ବସ୍ । ଏକ ଭୟଙ୍କର ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମୃତକଙ୍କୁ ଉଦ୍ଧାର କରାଯାଇ ପୋଡି ଉପୋରଡାର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

ବସଟି ରାୟପୁରରୁ ସୀତାପୁର ଯାଉଥିଲା । ମେଟ୍ରୋ ବସ୍ (ନଂ. ସିଜି୦୪ ଏମଏମ-୩୧୩୫) ପଣ୍ଡି ଉପୋରାଡା ଜାତୀୟ ରାଜପଥ-୧୩୦ ର ମାଡାଇ ନିକଟରେ ନିକଟରେ ଛିଡା ହୋଇଥିବା ଟ୍ରଲରକୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ଦୁଇଶିଶୁ, ଦୁଇ ମହିଳା ଏବଂ ୩ ପୁରୁଷ ଅଛନ୍ତି । ଖବରପାଇ ପୋଲିସ ସଞ୍ଜୀବନୀ ଆମ୍ବୁଲାନ୍ସ ଯୋଗେ ଜିଲା ଡାକ୍ତରଖାନାକୁ ପଠାଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ବଙ୍ଗୋ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଦୁଃଖ ପ୍ରକାଶ କରିଛନ୍ତି ।

Exit mobile version