Site icon ଆଜିକାଲି

୧୩ ଲୋକସଭା ଆସନରେ ଉପ-ନିର୍ବାଚନ : ୧୦ ଆସନରେ ଇଣ୍ଡିଆ ମେଣ୍ଟର ବାଜିମାତ

ନୂଆଦିଲ୍ଲୀ : ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ବୁଧବାର ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ୨ଟି ଆସନ ଜିତିଥିବା ବେଳେ ଆମ୍ ଆଦମୀ ପାର୍ଟି ଓ ଡିଏମକେ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ବିହାରରେ ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେଡିୟୁର କଳାଧର ପ୍ରସାଦ ମଣ୍ଡଳଙ୍କୁ ୮,୨୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି ଜଳନ୍ଧର ପଶ୍ଚିମ ସଂରକ୍ଷିତ ବିଧାନସଭା ଆସନରେ ବିଜୟୀ ହୋଇଛି। ହିମାଚଳ ପ୍ରଦେଶରେ ଶାସକ କଂଗ୍ରେସ ଡେରାଡୁନ୍ ଓ ନାଲାଗଡ଼ ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ହମିରପୁର ବିଧାନସଭା ଆସନରେ ବିଜେପି ବିଜୟୀ ହୋଇଛି।

ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ରାୟଗଞ୍ଜ, ରାଣାଘାଟ ଦକ୍ଷିଣ, ମାଣିକତାଲା ଓ ବାଗଦା ଆସନରେ ବିଜୟୀ ହୋଇଛି। ଉତ୍ତରାଖଣ୍ଡର ବଦ୍ରିନାଥ ଓ ମାଙ୍ଗାଲୋର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶର ଅମରୱାଡ଼ା ଆସନରେ ବିଜେପି ପ୍ରାର୍ଥୀ କମଲେଶ ପ୍ରତାପ ଶାହ ବିଜୟୀ ହୋଇଛନ୍ତି।

Exit mobile version