Site icon ଆଜିକାଲି

କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ, ପଶ୍ଚିମବଙ୍ଗରେ ରାମନବମୀ ହିଂସାର ତଦନ୍ତ କରିବ ଏନ୍ଆଇଏ

କୋଲକାତା: ପଶ୍ଚିମବଙ୍ଗରେ ରାମ ନବମୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣାର ତଦନ୍ତ କରିବ ଏନଆଇଏ । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଏକ ପିଟିସନର ଶୁଣାଣି କରି କଲିକତା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହିଂସା ଘଟଣାର ସବୁ ପ୍ରମାଣ ଓ ସିସିଟିଭି ଫୁଟେଜ ଏନ୍ଆଇଏକୁ ହସ୍ତାନ୍ତର କରିବାକୁ ପଶ୍ଚିମବଙ୍ଗ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାମ ନବମୀ ଉତ୍ସବ ବେଳେ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ପଥରମାଡ଼, ପୋଡ଼ାଜଳା ଏବଂ ମାରପିଟ୍ ଭଳି ଘଟଣା ଘଟିଥିଲା ।

ମାର୍ଚ୍ଚ ୩୦ରୁ ପଶ୍ଚିମବଙ୍ଗର ହାଓ୍ବଡା, ଉତ୍ତର ଦିନାଜପୁର ଓ ଇସଲାମପୁରରେ ରାମନବମୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ଦିନ ହାୱଡା ଏବଂ ରିସଡା ବ୍ୟତୀତ ଅନେକ ସ୍ଥାନରେ ଶୋଭାଯାତ୍ରା ସମୟରେ ଟେକାପଥର ଓ ଗାଡ଼ି, ଦୋକାନ ଭଙ୍ଗାରୁଜା ଏବଂ ପୋଡ଼ାଜଳା ଭଳି ଘଟଣା ରିପୋର୍ଟ ହୋଇଥିଲା । ରାମନବମୀ ହିଂସାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ହିଂସା ପାଇଁ ଶାସକ ଟିଏମସି ଓ ବିଜେପି ପରସ୍ପରକୁ ଦାୟୀ କରିଥିଲେ ।

Exit mobile version