Site icon ଆଜିକାଲି

ବଢିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ଅଡ଼ୁଆ, ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦାବି

ନୂଆଦିଲ୍ଲୀ : କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଡୁଆ ବଢିଛି। ନିଜ ଦଳର ସାଂସଦମାନେ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି। ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଡେଡଲାଇନ୍ ଦେଇଛନ୍ତି ବିଦ୍ରୋହୀ ସାଂସଦ।

ଭାରତ ସହ ବିବାଦ ମଧ୍ୟରେ ଟ୍ରୁଡୋଙ୍କୁ ଏପରି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଦଳର ଅସନ୍ତୁଷ୍ଟ ସାଂସଦମାନେ ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ନ ଦେଲେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି ଟ୍ରୁଡୋ ଏବଂ ତାଙ୍କ ଲିବେରାଲ ପାର୍ଟିର ସାଂସଦମାନଙ୍କ ସହ ଏକ ରୁଦ୍ଧ ଦ୍ୱାର ବୈଠକ ବସିଥିଲା। ଏଥିରେ କ୍ୟାବିନେଟର ସଦସ୍ୟ ନଥିବା ୨୦ ଜଣ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଆସନ୍ତା ନିର୍ବାଚନରେ ଦଳର ପରାଜୟ ଆଶଙ୍କା କରି ସେମାନେ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। ଏହି ବୈଠକ ତିନି ଘଣ୍ଟା ଧରି ଚାଲିଥିଲା। ଟ୍ରୁଡୋ ଏଥିରେ ତାଙ୍କ ନିଷ୍ପତ୍ତି ଶୁଣାଇନଥିଲେ ମଧ୍ୟ ହସୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ବୈଠକ ପରେ ସେ କହିଛନ୍ତି ଯେ, ଲିବେରାଲମାନେ ଏକତ୍ରିତ ଏବଂ ଶକ୍ତିଶାଳୀ।

Exit mobile version