Site icon ଆଜିକାଲି

ଆଜି ଭାରତ ଗସ୍ତରେ ଆସୁଛନ୍ତି କାନାଡା ବୈଦେଶିକ ମନ୍ତ୍ରୀ

ହାଇଦ୍ରାବାଦ: ଆଜି କାନାଡା ବୈଦେଶିକ ମନ୍ତ୍ରୀ ମେଲାନେଇ ଜଲି ଭାରତ ଗସ୍ତରେ ଆସୁଛନ୍ତି । ଏହା ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ । ଗତ ରବିବାର କାନାଡା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କର ଭାରତ ଗସ୍ତ ନେଇ ସ୍ପଷ୍ଟ କରାଯାଇଥିଲା ।

ସେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଭାରତରେ ରହିବା ସହ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେ ନିଜ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କ ସହ ବୈଠକ କରିବେ । ଦୁଇ ଦେଶର ପାରସ୍ପାରିକ ସମ୍ପର୍କ ସହ ଏକାଧିକ ମିଳିତ ପ୍ରସଙ୍ଗରେ ଭାରତ-କାନାଡା ସମ୍ପର୍କର ସୁଦୃଢୀକରଣ ଉପରେ ଉଭୟ ନେତା ଆଲୋଚନା କରିବା ନେଇ କାନାଡା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରାକ୍‌ ଗସ୍ତ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

Exit mobile version