Site icon ଆଜିକାଲି

ରାଜୀବ ଗାନ୍ଧୀ ଫାଉଣ୍ଡେସନର ବିଦେଶୀ ଅନୁଦାନ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ (ଆରଜିଏଫ) ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ (ଆରଜିସିଟି) ର ବିଦେଶୀ ଅନୁଦାନ ନିୟମାବଳୀ (ଏଫସିଆରଏ) ଲାଇସେନ୍ସକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ବିଦେଶୀ ଅନୁଦାନରେ ହୋଇଥିବା ଅନିୟମିତତା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅଧିକାରୀ କହିଛନ୍ତି।

ସୂଚନାନୁସାରେ, ଆରଜିଏଫ ଏବଂ ଆରଜିସିଟି ରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବା ସମ୍ଭାବନା ରହିଛି। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଆରଜିଏଫର ମୁଖ୍ୟ ଅଟନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ ଏହାର ସଦସ୍ୟ। ସୋନିଆ ଗାନ୍ଧୀ ଆରଜିସିଟିର ମଧ୍ୟ ମୁଖ୍ୟ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଡଃ ଅଶୋକ ଏସ ଗାଙ୍ଗୁଲି ଏହାର ସଦସ୍ୟ ଅଟନ୍ତି। ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ଏନଜିଓରେ ହୋଇଥିବା ଅନିୟମିତତାର ତଦନ୍ତ କରିବା ପାଇଁ ୨୦୨୦ ମସିହାରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟିର ତଦନ୍ତ ଭିତ୍ତିରେ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Exit mobile version