କ୍ୟାପ୍ଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର କ୍ୟାପ୍ଟାଉନ୍ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଏହି ମ୍ୟାଚ୍ରେ ଏକାଧିକ ଖରାପ ରେକର୍ଡ ହୋଇଛି। ପ୍ରଥମ ଦିନରେ ମୋଟ ୨୩ ୱିକେଟ୍ ପଡ଼ିଥିଲା।
ପ୍ରଥମ ଇନିଂସରେ ମାତ୍ର ୫୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିବା ଦକ୍ଷିଣ ଆଫ୍ରକା ଆଜି ଦ୍ୱିତୀୟ ଇନିଂସ ପାଇଁ ବ୍ୟାଟିଂ କରିଥିଲା। ଏଥିରେ ଦଳ ୩ ୱିକେଟ୍ ହରାଇ ୬୨ ରନ୍ କରିଛି। ଦକ୍ଷିଣ ଆଫ୍ରିକାର ଏଡନ ମାରକ୍ରମ ଓ ଡେଭିଡ୍ ବୋଡିଙ୍ଗମ ନଟ୍ ଆଉଟ୍ ରହିଛନ୍ତି। ଫଳରେ ଭାରତ ଏବେ ବି ୩୬ ରନ୍ ଆଗରେ ରହିଛି। ଦକ୍ଷିଣ ଆଫ୍ରିକାରେ ଭାରତ ମୋଟ ୩ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର ସର୍ବାଧିକ ୨ଟି ଓ ଜସ୍ପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଛନ୍ତି।
ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ମାତ୍ର ୫୫ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତ ବିରୋଧରେ କୌଣସି ଦଳ ପ୍ରଥମ ଦିନରେ ଟେଷ୍ଟରେ ଏତେ କମ୍ ରନ୍ ଆଉଟ୍ ହେବା ପ୍ରଥମ ଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୬ ୱିକେଟ୍ ନେଇଥିଲେ। ଏଥିସହିତ ଜସପ୍ରୀତ ବୁମ୍ରା ଏବଂ ମୁକେଶ କୁମାର ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏ ସଫଳତା ମିଳିଥିଲା। ଦକ୍ଷିଣ ଆଫ୍ରିକାର ୫୫ ରନର ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ମାତ୍ର ୧୫୩ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡା, ଲୁଙ୍ଗି ଏଙ୍ଗିଡ଼ି ଏବଂ ନନ୍ଦ୍ରେ ବର୍ଗ ପ୍ରତ୍ୟେକ ୩ ଲେଖାଏ ୱିକେଟ୍ ନେଇଥିଲେ।
ଭାରତୀୟ ଦଳର ୬ ଜଣ ବ୍ୟାଟର କୌଣସି ରନ୍ ନ କରି ପାଭିଲିୟନକୁ ଫେରିଥିଲେ। ୧୫୩ ରନ୍ ବେଳକୁ ଭାରତ ପଞ୍ଚମ ୱିକେଟ୍ ହରାଇବା ପରେ ୱିକେଟ୍ର ସୁଆ ଛୁଟିଥିଲା। ଏହାପରେ ୬ ଟି ବ୍ୟାଟର ଶୂନରେ ଆଉଟ୍ ହୋଇଥିଲେ। ଫଳରେ ଟିମ୍ ଇଣ୍ଡିଆ ୧୫୩ରେ ଅଲ୍ ଆଉଟ୍ ହେବା ସହ ୯୮ ରନ୍ର ଅଗ୍ରଣୀ ହାସଲ କରିଥିଲା।