Site icon ଆଜିକାଲି

ପୂର୍ବତନ ସାଂସଦଙ୍କ ହତ୍ୟା ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍ ଭାସ୍କର ରେଡ୍ଡୀଙ୍କୁ ରବିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି।

ଗତ ୨୦୧୯ ଆନ୍ଧ୍ର ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ବିବେକାନନ୍ଦଙ୍କ ମୃତଦେହ ତାଙ୍କ ପୁଲିଭେନ୍ଦୁଲା ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା । ଏହି ମାମଲା ତଦନ୍ତ ପ୍ରଥମେ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ଏସଆଇଟି ଦ୍ୱାରା କରାଯାଇଥିଲା । ତେବେ ଜୁଲାଇ ୨୦୨୦ରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ବିବେକାନନ୍ଦ ହତ୍ୟା ମାମଲାରେ ୨୬ ଅକ୍ଟୋବର ୨୦୨୧ରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା। କେନ୍ଦ୍ରୀୟ ସଂସ୍ଥା ଏହି ମାମଲାରେ ପୁଣି ଜାନୁଆରୀ ୩୧, ୨୦୨୨ରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା।

Exit mobile version