Site icon ଆଜିକାଲି

ଶିଖ୍ ବିରୋଧୀ ଦଙ୍ଗା ମାମଲା: କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ଭଏସ୍ ସାମ୍ପଲ୍ ନେଲା ସିବିଆଇ

ନୂଆଦିଲ୍ଲୀ: ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ଆଜି କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ଭଏସ୍ ସାମ୍ପଲ୍ ନେଇଛି । ୧୯୮୪ ମସିହାରେ ଘଟିଥିବା ଶିଖ୍ ବିରୋଧୀ ହିଂସା ବେଳେ ପୁଲ୍ ବାଙ୍ଗା ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଜଗଦୀଶ ଟାଇଟଲର ହିଂସା ଘଟାଇଥିବା ଭିଡ଼ର ନେତୃତ୍ବ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ସିବିଆଇ ଆଜି ତାଙ୍କ ଭଏସ୍ ସାମ୍ପଲ୍ ନେବା ପାଇଁ ଟାଇଟଲରଙ୍କୁ ସମନ୍ କରିଥିଲା । ଟାଇଟଲର ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବୋରେଟୋରୀରେ ପହଞ୍ଚିବା ପରେ ତାଙ୍କ ଭଏସ୍ ସାମ୍ପଲ୍ ନିଆଯାଇଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ୩୯ ବର୍ଷ ପୁରୁଣା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ନୂଆ ପ୍ରମାଣ ପାଇଛି । ତେଣୁ ଟାଇଟଲରଙ୍କ ଭଏସ୍ ନମୁନା ନେବା ଆବଶ୍ୟକ ଥିଲା।

୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଶିଖ୍ ସମୁଦାୟ ବିରୋଧରେ ହିଂସା ବ୍ୟାପିଥିଲା । ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଟାଇଟଲର ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ ।

Exit mobile version