Site icon ଆଜିକାଲି

ଆସନ୍ତାକାଲି ଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ସିବିଏସଇ ବୋର୍ଡର ଦଶମ କମ୍ପାର୍ଟମେଣ୍ଟ ପରୀକ୍ଷା ୨୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କେବଳ ଗୋଟିଏ ଦିନ କରାଯିବ। ସିବିଏସଇ ବୋର୍ଡର ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଟର୍ମ ଟୁ ପରୀକ୍ଷାର ସିଲାବସ୍ ଉପରେ ଆଧାରିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ସମସ୍ତ ବିଷୟ ପାଇଁ ରିପିଟ୍ ଇନ୍ ପ୍ରାକ୍ଟିକାଲ (ଆରପି) ଓ ରିପିଟ୍ ଇନ ପ୍ରାକ୍ଟିକାଲ ଓ ଥିଓରୀ ଉଭୟ ବର୍ଗ ରଖିଛି। ତେବେ ଆସନ୍ତୁ ଏହି କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ବୋର୍ଡ କିଛି ଗାଇଡଲାଇନ୍ ପ୍ରସ୍ତୁତ କରିଛ ।

ସିବିଏସଇ ସମସ୍ତ ବିଷୟ ପାଇଁ ରିପିଟ୍ ଇନ୍ ପ୍ରାକ୍ଟିକାଲ (ଆରପି) ଓ ରିପିଟ୍ ଇନ ପ୍ରାକ୍ଟିକାଲ ଓ ଥିଓରୀ ଉଭୟ ବର୍ଗ ରଖିଛି। କମ୍ପାର୍ଟମେଣ୍ଟ ପ୍ରାକ୍ଟିକାଲ୍ ପରୀକ୍ଷା ଗାଇଡଲାଇନ ପ୍ରକାଶ କରିବାବେଳେ ସିବିଏସ୍ଇ କହିଛି ଯେ, ପ୍ରାକ୍ଟିକାଲରେ ରିପିଟ୍ ଭାବରେ ଘୋଷିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ କେବଳ ପ୍ରାକ୍ଟିକାଲ୍ ପରୀକ୍ଷା ଦେବାକୁ ପଡିବ ଏବଂ ସେମାନଙ୍କୁ ଥିଓରୀ ପରୀକ୍ଷାରେ ହାଜର ହେବାର ଆବଶ୍ୟକତା ନାହିଁ। ତାଙ୍କର ପୂର୍ବ ଥିଓରୀ ମାର୍କ ଆଧାରରେ ମାର୍କିଂ ହେବ। ତଥାପି, ଉଭୟ ରିପିଟ୍ ଇନ୍ ଥିଓରୀ ଏବଂ ପ୍ରାକ୍ଟିକାଲ୍ (ଆରପି) ବର୍ଗରେ ଘୋଷିତ ହୋଇଥିବା ଛାତ୍ରମାନଙ୍କୁ ଉଭୟ ପ୍ରାକ୍ଟିକାଲ୍ ଏବଂ ଥିଓରୀ ପରୀକ୍ଷାରେ ହାଜର ହେବାକୁ ପଡ଼ିବ।

ବୋର୍ଡର କମ୍ପାର୍ଟମେଣ୍ଟ ପରୀକ୍ଷାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ସିବିଏସ୍ଇ ମାର୍କ ସିଟ୍ ଏବଂ ଆଡମିଟ୍ କାର୍ଡର ଫଟୋକପି ସହିତ ଅଗଷ୍ଟ ୨୨ ସୁଦ୍ଧା ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ହାଜର ହେବାକୁ କୁହାଯାଇଛି। ସିବିଏସ୍ଇ ବିବୃତ୍ତିରେ କହିଛି ଯେ, ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ଦ୍ୱାରା ଦିଆଯାଇଥିବା ପ୍ରାକ୍ଟିକାଲ୍ ପରୀକ୍ଷାର ତାରିଖ ଏବଂ ସମୟକୁ ଧ୍ୟାନ ଦେବା ଉଚିତ୍। ଏହା ସହ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ପ୍ରାକ୍ଟିକାଲ୍ ପରୀକ୍ଷାର ସମୟରେ ରିପୋର୍ଟ କରିବା ଉଚିତ୍।

Exit mobile version