Site icon ଆଜିକାଲି

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ , ପାସ ହାର ୯୩.୬୦ ପ୍ରତିଶତ

ନୂଆଦିଲ୍ଲୀ – ସିବିଏସଇ ଦ୍ୱାଦଶ ଶ୍ରେଣୀ ପରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । https://cbseresults.nic.inରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଉପଲବ୍ଧ ହେଉଛି ।

ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ପାସ୍‌ ହାର ୯୩.୬୦ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଏହା ୦.୪୮ ପ୍ରତିଶତ ଅଧିକ ରହିଛି। ଗତ ବର୍ଷ ୯୩.୧୨ ପ୍ରତିଶତ ପାସ ହାର ରହିଥିଲା ।

ସିବିଏସଇ ଦଶମ ଫଳାଫଳରେ ମଧ୍ୟ ତ୍ରିଭେନ୍ଦ୍ରମ ଜୋନ୍ ଆଗରେ ରହିଛି । ଏଠାରେ ୯୯.୭୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ରିଜିୟନ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୬୦ ପ୍ରତିଶତ ଅଛି।ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୯.୩୦ ପ୍ରତିଶତ ରହିଛି।

Exit mobile version