Site icon ଆଜିକାଲି

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ : ମୋଟ ପାସ୍ ହାର ୮୭.୯୮ ପ୍ରତିଶତ, ଭୁବନେଶ୍ୱର ରିଜିୟନରେ ୮୩.୩୪ ପ୍ରତିଶତ

ନୂଆଦିଲ୍ଲୀ -କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ -ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଏଥର ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଗତ ଥର କେବଳ ୮୭.୩୩ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ପାସ୍ କରିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଫଳାଫଳ ୦.୬୫ ପ୍ରତିଶତ ଭଲ ହୋଇଛି।

ସିବିଏସଇ ଦ୍ୱାଦଶ ଫଳାଫଳରେ କେରଳ ତ୍ରିଭେନ୍ଦ୍ରମ ରିଜିୟନରେ ସର୍ବାଧିକ ୯୯.୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ପାସ୍ ହାର ୯୯.୦୪ ପ୍ରତିଶତ ଅଛି। ଚେନ୍ନାଇ ରିଜିୟନ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭ ପ୍ରତିଶତ ରହିଛି। ବେଙ୍ଗାଲୁରୁର ୯୬.୯୫ ପ୍ରତିଶତ ଏବଂ ପଶ୍ଚିମ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪ ପ୍ରତିଶତ ରହିଛି। ଭୁବନେଶ୍ୱର ରିଜିୟନରେ ପାସ୍ ହାର ୮୩ ଦଶମିକ ୩୪ ରହିଛି।

ସିବିଏସଇ ବୋର୍ଡ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbseresults.nic.in କିମ୍ବା cbse.gov.in ରେ ଫଳାଫଳ ଦେଖାପାରିବେ ।

Exit mobile version