Site icon ଆଜିକାଲି

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେବା କେନ୍ଦ୍ର ଚାହୁଁ ନାହିଁ: ବିଜେଡି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର । ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟକୁ ସହଯୋଗ କରୁନାହିଁ କେନ୍ଦ୍ର । ହେଲେ ବିଜେପି ବାରମ୍ବାର ମିଥ୍ୟା ଆରୋପ କରିଆସୁଛି, ଯାହା କି ଦୁର୍ଭାଗ୍ୟଜନକ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି ବିଜେପି ନେତା । ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ କ୍ଷମତା ଦେଇଛି । ହେଲେ ସେମାନେ ଚାହୁଁନାହାନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ ବୋଲି । କେନ୍ଦ୍ର ସରକାର ଅଯଥା ରାଜ୍ୟ ଉପରେ ଦୋଷ ନ ଲଦି ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

Exit mobile version