Site icon ଆଜିକାଲି

୬ ୟୁଟ୍ୟୁବ୍‌ ଚ୍ୟାନେଲକୁ ରଦ୍ଦ କରିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଖଲିସ୍ତାନ ସମର୍ଥକଙ୍କ ବିରୋଧରେ କେନ୍ଦ୍ରର ଆକ୍ସନ । ୬ଟି ଖଲିସ୍ତାନୀ ସମର୍ଥକଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଲେ କେନ୍ଦ୍ର ସରକାର । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି, ” ୬ରୁ ୮ଟି ୟୁଟ୍ୟୁବ ଚ୍ୟାନେଲକୁ ବିଦେଶରୁ ପରିଚାଳନା କରାଯାଉଥିଲା । ଏହାକୁ ଗତ ୧୦ ଦିନ ମଧ୍ୟରେ ବ୍ଲକ କରାଯାଇଛି । ଏହି ସବୁ ଚ୍ୟାନେଲର ବିଷୟବସ୍ତୁ ପଞ୍ଜାବୀ ଭାଷାରେ ପରିବେଷଣ କରାଯାଉଥିଲା । ଏଥିରେ ବିଭ୍ରାନ୍ତକାରୀ ଏବଂ ଭୁଲ ତଥ୍ୟ ଦେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଥିଲା । ଖଲିସ୍ତାନର ବ୍ୟକ୍ତି ଅମୃତରପାଲ ସିଂଙ୍କ ସମର୍ଥକ ଅଜନାଲାର ଏକ ପୋଲିସ ଥାନାରେ ଖଣ୍ଡା ଏବଂ ବନ୍ଧୁକ ଦେଖାଇ ସେମାନଙ୍କର ଜଣେ ସାହାଯ୍ୟକାରୀଙ୍କୁ ମୁକ୍ତ କରିବା ପାଇଁ ଦାବି କରିଥିଲା । ଏହାପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।”

Exit mobile version