Site icon ଆଜିକାଲି

ପଞ୍ଜାବ ମୁଖ୍ୟମନ୍ତ୍ରୀ ସୁରକ୍ଷା ବଢାଇଲା କେନ୍ଦ୍ର ସରକାର; ମିଳିଲା Z+ ସୁରକ୍ଷା

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜେଡ୍ ପ୍ଲୁସ୍ ସୁରକ୍ଷା ଯୋଗାଇ ଦେଲେ କେନ୍ଦ୍ର ସରକାର। ସାରା ଦେଶରେ ସେ ଯୁଆଡ଼େ ଯିବେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ଏକ ବିବୃତ୍ତି ଜାରି କରି କୁହଯାଇଛି “ ସିଆର୍‌ପିଏଫ୍‌ଙ୍କୁ ଅନୁରୋଧ କରୁଛୁ ଯେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ଭଗୱନ୍ତ ମାନଙ୍କୁ ତତ୍‌କାଳ ପ୍ରଭାବରେ ସାରା ଦେଶରେ ଜେଡ୍ ପ୍ଲୁସ ସୁରକ୍ଷା ଯୋଗାଇ ଦେଉ। ଏବଂ ମନ୍ତ୍ରାଳୟକୁ ସୂଚିତ କରୁ।”

ପଞ୍ଜାବ ପୁଲିସ ସୁରକ୍ଷା ବ୍ୟତୀତ ମାନଙ୍କ ପାଖରେ ଏବେ ଜେଡ୍ ପ୍ଲୁସ୍ ସୁରକ୍ଷା ମଧ୍ୟ ରହିବ। କେବଳ ମାନଙ୍କୁ ନୁହେଁ, ତାଙ୍କ ପରିବାରକୁ ମଧ୍ୟ ଜେଡ୍ ପ୍ଲସ ସୁରକ୍ଷା ଯୋଗା ଦିଆଯାଇଛି। ପଞ୍ଜାବ ବର୍ଡର ଏରିଆରେ ଖଲିସ୍ତାନୀ ଉଗ୍ରବାଦୀଙ୍କର ସକ୍ରିୟ ରହିବାଯୋଗୁ ସ୍ଥିତି ଜଟିଳ ସ୍ଥିତି ସୃଷ୍ଟି ହୋଇଛି।

ଗୁଇନ୍ଦା ବିଭାଗ ଏସବୁ ବିଶ୍ଳେଷଣ କରିବା ପରେ ମାନଙ୍କୁ ଜେଡ୍‌ ପ୍ଲୁସ ସୁରକ୍ଷା ଯୋଗାଇ ଦେବାକୁ ସୁପାରିଶ କରିଥିଲା। ଗୁଇନ୍ଦା ବିଭାଗର ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ତାଙ୍କୁ ଜେଡ୍‌ ପ୍ଲୁସ ସୁରକ୍ଷା ଯୋଗାଇ ଦେଇଛନ୍ତି।

Exit mobile version