Site icon ଆଜିକାଲି

କୋଭିଡ୍ ଚିନ୍ତା: ‘ପାଞ୍ଚ ସୂତ୍ରୀ’ ରଣନୀତି ଆପଣାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ପୁଣି କୋଭିଡ୍ ସଂକ୍ରମଣ ବଢୁଥିବା ବେଳେ କେନ୍ଦ୍ର ରାଜ୍ୟମାନଙ୍କୁ ସତର୍କ କରାଇଛି । ଟେଷ୍ଟ-ଟ୍ରାକ-ଟ୍ରିଟ୍-ଭାକ୍ସିନେସନ ଓ ଉଚିତ କୋଭିଡ୍ ଆଚରଣକୁ ନେଇ ‘ପାଞ୍ଚ ସୂତ୍ରୀ ରଣନୀତି’ ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛି। କୋଭିଡ-୧୯ ମୁକାବିଲା ପାଇଁ ପ୍ରସ୍ତୁତି ତଦାରଖ ଲାଗି ପୁଣି ମକ୍ ଡ୍ରିଲ୍ କରାଯିବ ବୋଲି ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି। ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ଶୀଘ୍ର ମକ୍ ଡ୍ରିଲ୍ କରାଯିବ |

ବିଜ୍ଞପ୍ତି ଅନୁଯାୟୀ ଦେଶରେ ମୋଟ ୨୨୦.୬୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ଭର୍ତ୍ତି ହାର ବୃଦ୍ଧି ନେଇ କୌଣସି ପ୍ରମାଣ ନାହିଁ। ବୁଷ୍ଟର ଡୋଜ୍ ସଂଖ୍ୟା ବୃଦ୍ଧି କରାଯିବା ଉଚିତ । ଲାବୋରେଟୋରୀ ସର୍ଭିଲାନ୍ସ ସହ ସମସ୍ତ ଶ୍ବାସ ଜନିତ ଗୁରୁତର ମାମଲାରେ ଟେଷ୍ଟିଂ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଇନଫ୍ଲୁଏଞ୍ଜା ଓ କୋଭିଡ-୧୯ ପାଇଁ ଅତ୍ୟାବଶ୍ୟକ ଔଷଧ ଏବଂ ସାମଗ୍ରୀର ଉପଲବ୍ଧତା ନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ କହିଛି। ଏହାଛଡ଼ା ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ବେଡ୍ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।

Exit mobile version